କୋଭିଡ୍ ଅପଡେଟ୍….

ବାସ୍ତବ ବ୍ୟୁରୋ: ଦେଶରେ ଧିରେଧିରେ ବଢୁଛି କୋଭିଡ୍‌ ରୋଗୀଙ୍କ ସଂଖ୍ୟା । 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ରବିବାର ସକାଳ ୮ଟା ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୫୮ ରହିଛି । ଗତ ୨୪ ଘଣ୍ଟାରେ ୩୬୩ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୪୦୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ସତର୍କ ରହିବା ଏବଂ ପରୀକ୍ଷା ବୃଦ୍ଧି କରିବାକୁ ନିରନ୍ତର ନିର୍ଦ୍ଦେଶ ଦେଉଛି। ନାଗରିକମାନଙ୍କୁ ମଧ୍ୟ ହାଲୁକା ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ଏବଂ ଆବଶ୍ୟକୀୟ ସତର୍କତା ପାଳନ କରିବାକୁ ନିବେଦନ କରାଯାଉଛି।

ସେହିପରି ଓଡ଼ିଶାରେ ଆଜି ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଏନେଇ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହାଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ତେଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । 

ସେୟାର କରନ୍ତୁ

Next Post

ସାମାଜିକ ବାର୍ତ୍ତାବହ ସିନେମା "ଫୁଲେ"କୁ ଟ୍ୟାକ୍ସଫ୍ରିକରାଯାଉ :ସମ୍ବିଧାନ ସୁରକ୍ଷା ମଞ୍ଚ

Mon Jun 2 , 2025
ବରଗଡ଼୧.୦୬.୨୦୨୫(ନବୀନ କୁମାର ଦାଶ):ଶିକ୍ଷା କ୍ରାନ୍ତି ର ମହାନାୟକ ମହାତ୍ମା ଜ୍ୟୋତିବା ଫୁଲେ ଓ ମାତା ସାବିତ୍ରୀ ବାଇ ଫୁଲେ ଙ୍କ ଜୀବନୀ ଉପରେ ଆଧାରିତ ସିନେମା “ଫୁଲେ ” ବରଗଡ଼ ଦିପାଲି ଟକିଜ ରେ ରବିବାର ସ୍କ୍ରିନିଂ ହୋଇଥିଲା।ଦେଶ ସ୍ୱାଧୀନ ହେବା ପୂର୍ବରୁ ନାରୀ ମାନଙ୍କ ଶିକ୍ଷାର ଅଧିକାର ନଥିବା ବେଳେ ଅନେକ କୁସଂସ୍କାରରେ ସମାଜରେ ଭରି ରହିଥିଲା। ଏହି ସମୟ ରେ ଶିକ୍ଷା ର ଅଧିକାର ହେଉ କି […]

You May Like

Pin It on Pinterest