ସାମାଜିକ ବାର୍ତ୍ତାବହ ସିନେମା “ଫୁଲେ”କୁ ଟ୍ୟାକ୍ସଫ୍ରିକରାଯାଉ :ସମ୍ବିଧାନ ସୁରକ୍ଷା ମଞ୍ଚ

ବରଗଡ଼୧.୦୬.୨୦୨୫(ନବୀନ କୁମାର ଦାଶ):ଶିକ୍ଷା କ୍ରାନ୍ତି ର ମହାନାୟକ ମହାତ୍ମା ଜ୍ୟୋତିବା ଫୁଲେ ଓ ମାତା ସାବିତ୍ରୀ ବାଇ ଫୁଲେ ଙ୍କ ଜୀବନୀ ଉପରେ ଆଧାରିତ ସିନେମା “ଫୁଲେ ” ବରଗଡ଼ ଦିପାଲି ଟକିଜ ରେ ରବିବାର ସ୍କ୍ରିନିଂ ହୋଇଥିଲା।ଦେଶ ସ୍ୱାଧୀନ ହେବା ପୂର୍ବରୁ ନାରୀ ମାନଙ୍କ ଶିକ୍ଷାର ଅଧିକାର ନଥିବା ବେଳେ ଅନେକ କୁସଂସ୍କାରରେ ସମାଜରେ ଭରି ରହିଥିଲା।

ଏହି ସମୟ ରେ ଶିକ୍ଷା ର ଅଧିକାର ହେଉ କି ନାରୀ ଶିକ୍ଷା ପାଇଁ ଫୁଲେ ଦମ୍ପତିଙ୍କ ଅବଦାନ ଗୁରୁତ୍ୱ ବହନ କରେ ସେହିପରି ସମାଜ ରେ ରହିଥିବା କୁରୀତି ଛୁଆଁ ଅଛୁଆଁ ଭେଦ ଭାବ କୁ ଦୂର କରିବା ପାଇଁ ମଧ୍ୟ ସଂଘର୍ଷ ର ଗୌରବମୟ ଅଧ୍ୟାୟ ଲିପିବଦ୍ଧ ହୋଇ ରହିଛି।ଏହି ସିନେମା କୁ ରାଜ୍ୟ ସରକାର ଟ୍ୟାକ୍ସ ଫ୍ରି କଲେ ଅଧିକ ସଂଖ୍ୟାରେ ଲୋକ ମାନେ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନେ ଦେଖି ପାରିବେ ବୋଲି ଦାବୀ ହୋଇଛି। ସେହିପରି ଏହି ସିନେମାରେ କୁସଂସ୍କାର ବିରୋଧ ରେ ଅନେକ ବାର୍ତ୍ତା ରହିଥିବା ରୁ ଓ ଏକ ସମତା ମୂଳକ ସମାଜ ପରିକଳ୍ପନା ହୋଇ ଥିବାରୁ ଏହି ସିନେମା କୁ ଅଧିକ ସଂଖ୍ୟା ରେ ଲୋକ ଦେଖିବାକୁ ଅପିଲ କରା ଯାଇଛି।ଏହି ସାମାଜିକ ସିନେମା କୁ ଲୋକଙ୍କୁ ଦେଖାଇବା ପାଇଁ ସମ୍ବିଧାନ ସୁରକ୍ଷା ମଞ୍ଚ ର ଆବାହକ ପବିତ୍ର ଦେହେରୀ ଙ୍କ ଉଦ୍ୟମରେ ମେଟନୀ ଓ ଇଭିନିଙ୍ଗ ଶୋ ଲୋକଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା।

ନିମନ୍ତ୍ରଣ କ୍ରମେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାୟକ ସୁଦର୍ଶନ ହରପାଲ ଦେଖିବା ଆସିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅନେକ ସାମାଜିକ କର୍ମୀ,ସାମ୍ବାଦିକ ଏହି ସିନେମା ଦେଖିବା ପାଇଁ ଆସିଥିଲା ସେମାନଙ୍କ ମଧ୍ୟରେ ମୋତି ଲାଲ ଦାଶ, ବାଲାଜୀ ତରାସିଆ, ଚୈତନ୍ୟ ପାଇକ,ବିରେନ ପ୍ରଧାନ, ରମେଶ ମହାପାତ୍ର,ଲାଲ ଦୀପ,ନିମେଇ ପଧାନ, ମାରିୟମ ବାର୍ଲା, ଖୁସନୁମା ବେଗମ, ଅସିତ ସାହୁ,ଅଶୋକ ଛତର, ନରେନ୍ଦ୍ର ପ୍ରଧାନ, ଶ୍ରୀପତି ଭୋଇ, ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ୟୁନିୟନ ବ୍ୟାଙ୍କର କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା...

Mon Jun 2 , 2025
ବରଗଡ଼:-୦୧.୦୬.୨୦୨୫(ନବୀନ କୁମାର ଦାଶ):ବରଗଡ଼ ସ୍ଥିତ ଭଟଲି ଛକ ୟୁନିୟନ ବ୍ୟାଙ୍କ ର କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶ ଙ୍କୁ ବ୍ୟାଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦାଶ ଙ୍କ ସପରିବାର ଉପସ୍ଥିତ ଥିଲେ। ପ୍ରେମଚାନ୍ଦ ଦାଶ ଜଣେ ଅବସରପ୍ରାପ୍ତ ସୈନିକ,ସେ ୧୯୮୩ମସିହାରେ ସୈନ୍ୟ ବିଭାଗ ରେ ଯୋଗ ଦେଇ ୨୦୦୧ ମସିହାରେ ଅବସର ନେଇ ଥିଲେ।ଅବସର ପରେ ୨୦୦୩ ମସିହାରେ ସେ ୟୁନିୟନ ବ୍ୟାଙ୍କ […]

You May Like

Pin It on Pinterest