ୟୁନିୟନ ବ୍ୟାଙ୍କର କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା…

ବରଗଡ଼:-୦୧.୦୬.୨୦୨୫(ନବୀନ କୁମାର ଦାଶ):ବରଗଡ଼ ସ୍ଥିତ ଭଟଲି ଛକ ୟୁନିୟନ ବ୍ୟାଙ୍କ ର କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶ ଙ୍କୁ ବ୍ୟାଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦାଶ ଙ୍କ ସପରିବାର ଉପସ୍ଥିତ ଥିଲେ।

ପ୍ରେମଚାନ୍ଦ ଦାଶ ଜଣେ ଅବସରପ୍ରାପ୍ତ ସୈନିକ,ସେ ୧୯୮୩ମସିହାରେ ସୈନ୍ୟ ବିଭାଗ ରେ ଯୋଗ ଦେଇ ୨୦୦୧ ମସିହାରେ ଅବସର ନେଇ ଥିଲେ।ଅବସର ପରେ ୨୦୦୩ ମସିହାରେ ସେ ୟୁନିୟନ ବ୍ୟାଙ୍କ (ଯାହା ମିଶ୍ରଣ ପୂର୍ବ ରୁ ଆନ୍ଧ୍ର ବ୍ୟାଙ୍କ ଥିଲା) ଯୋଗ ଦେଇ ନିଜର କାର୍ଯ୍ୟାରମ୍ଭ କରିଥିଲେ। ବ୍ୟାଙ୍କ ରେ ଦୀର୍ଘ ୨୨ବର୍ଷ ର ନିଶ୍ୱାର୍ଥ ପର ସେବା ପରେ ୩୧-୦୫- ୨୦୨୫ଦିନ ସେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିଥିଲେ ଏନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଆଖପାଖ ସମସ୍ତ ଶାଖା ର କାର୍ଯ୍ୟରତ ଓ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯୋଗ ଦେଇ ଥିଲେ।

ସମ୍ବର୍ଦ୍ଧନା ସଭା କୁ ଭଟଲି ଛକ ଶାଖା ର ଶାଖା ପରିଚାଳକ ସନ୍ତୋଷ କୁମାର ପରିଚାଳନା କରିଥିବା ବେଳେ ଛାୟାକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ୟୁନିୟନ ବ୍ୟାଙ୍କ ବେଫୀ (BEFI) ସଂଗଠନ ର କ୍ଷେତ୍ରୀୟ ସମ୍ପାଦକ ସଙ୍ଗୀତ ମହାନ୍ତି,ସହ ସମ୍ପାଦକ ସୁବ୍ରତ ଷଡ଼ଙ୍ଗୀ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥଲେ।ଢିସିକା ସେଠ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥଲେ।

ସେୟାର କରନ୍ତୁ

Next Post

ସେବା,ସୁଶାସନ ଓ ଗରିବ କଲ୍ୟାଣକୁ ଆଧାର କରି ବିଜେପି ଜନସାଧାରଣଙ୍କ ପାଖକୁ ଯିବ: ସମୀର ମହାନ୍ତି

Tue Jun 3 , 2025
କେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ୧ ବର୍ଷ ବିଜେପି ସରକାର ପୂର୍ତି ଉପଲକ୍ଷେ ରାଜ୍ୟସ୍ତରୀୟ କର୍ମଶାଳା।  ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ବର୍ଷ ପୂର୍ତି କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ସମୀର […]

You May Like

Pin It on Pinterest