ଭୁବନେଶ୍ୱର(ବାସ୍ତବଟିଭି): ଘଟିଲା ସମସ୍ତ ମନ୍ତ୍ରୀଙ୍କ ପ୍ରତିକ୍ଷାର ଅନ୍ତ । ଘୋଷଣା ହେଲା ୯ ଲୋକସଭା ଓ ୫୪ ବିଧାନସଭା ପ୍ରାର୍ଥୀଙ୍କ ନାମ । ତାହା ସହ ପ୍ରଥମ ଓ ଦିତୀୟ ପର୍ଯ୍ୟାୟର ନିର୍ବାଚନୀ ତାଲିକା ଘୋଷଣାକରି ନବୀନ ନିଜ ହାତକୁ ପକେଟରୁ କାଢ଼ି ବସିଗଲେ । ବୋଧହୁଏ ଯେମିତି କିଛି ଦିନପାଇଁ ଆଉ ପ୍ରାର୍ଥୀଙ୍କ କହଳି ତାଙ୍କ ଦୁଆରେ ଦେଥିବାକୁ ଚାହୁଁନାହାନ୍ତି ନବୀନ । ହେଲେ ପ୍ରଥମ ଓ ଦିତୀୟ ପର୍ଯ୍ୟାୟର ନିର୍ବାଚନୀ ତାଲିକା ସହ ନାମ ସିନା ଘୋଷଣା ହୋଇଗଲା । ହେଲେ ବ୍ରହ୍ମପୁରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ କଥାକୁ ବୋଧହୁଏ ଟିକେ ଭୁଲିଗଲେ ନବୀନ ।

କାରଣ ବିଜେଡ଼ିରୁ ଲଗାତର ଦୁଇଥର ବିପୁଳ ମତ୍ରାରେ ସମର୍ଥନ ପାଇଥିବା ସିନେଷ୍ଟାର ଅର୍ଥତ୍ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଥିଲେ ବି ତାଙ୍କର ଟିକେଟ କଟିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ସିନେଷ୍ଟାର ସିଦ୍ଧାନ୍ତଙ୍କ ଟିକେଟ୍ କଟିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା, ହେଲେ ବାସ୍ତବରେ ଟିକେଟ୍ ମିଳିବ ନାହଁ ବୋଲି ବୋଧହୁଏ ସିଦ୍ଧାନ୍ତ ବିଶ୍ୱାସ କରିପାରୁନଥିଲେ । କାରଣ କିଛି ଗଣ ମଧ୍ୟମରେ ସିଦ୍ଧାନ୍ତ ତାଙ୍କର ମତରଖିଥିଲେ କି ସୋସିଆଲ ମିଡିଆରେ ଚର୍ଚ୍ଚା କେବଳ ଚର୍ଚ୍ଚା । ଟିକେଟ୍ ପାଇଲେ ଲଢ଼ିବି ନ ପାଇାଲେ ଦଳ ଯାହା ନିର୍ଦ୍ଦେଶ ଦେବ ତାହା କରିବି ।

ତାହା ପରେ ନବୀନ ଦୁଇଥର ସିଦ୍ଧାନ୍ତଙ୍କୁ ଡ଼ାକି ବୋଧ ହୁଏ କିଛି ଆଶ୍ୱାସନା ଦେଇଥିଲେ । ପରେ ସିଦ୍ଧାନ୍ତ ଟିକେ ଶାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ବାସ୍ତବରେ ନବୀନ ସିଦ୍ଧାନ୍ତଙ୍କୁ ଟିକେଟ୍ ନଦେବା ପଛରେ କାରଣ କେବଳ କ’ଣ ତାଙ୍କର କ୍ରେଜ୍ ହୋଇପାରେ । ବର୍ତ୍ତମାନର ସମୟରେ ଓଲିଉଡ଼ରେ ତାଙ୍କର ସେମିତି କିଛି ଚଳଚିତ୍ର ଦେଖିବାକୁ ମିଳୁ ନାହିଁ ଏବଂ ତାଙ୍କର ବୟସ ବଢ଼ିବାରୁ ତାଙ୍କୁ ଆଉ ହିରୋ କ୍ୟାରେକ୍ଟରରେ ମଧ୍ୟ ମିଳୁ ନାହିଁ । ସେଥିପାଇଁ ଯୁବପିଢ଼ି ଆଉ ତାଙ୍କପ୍ରତି ସେତେଟା ଆକୃଷ୍ଟ ହେଉନାହାଁନ୍ତି । କାଳେ ବ୍ରହ୍ମପୁରର ଭୋଟ ବାକ୍ସ ଆଉ କାହା ଆଡ଼କୁ ଢଳିଯିବ ସେଥିପାଇଁ ନବୀନ ଆଗରୁ ଏପରି ନିର୍ବାଚନ ଗୋଟିଚାଳନା କରିଥିବା ସାଧାରଣ ଲୋକ କହିଛନ୍ତି ।