ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର…

ବରଗଡ଼୦୨/୦୫/୨୦୨୫(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା ଏବଂ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଭାଷ ଅଗ୍ରୱାଲ ଉପସ୍ଥିତ ରହି ଲୋକଙ୍କ ଅଭି ଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି, ଉକ୍ତ ଶିବିର ରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ, ରାସନ କାର୍ଡ,ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା,ରାସ୍ତା ନିର୍ମାଣ,କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୮୫ ଗୋଟି ଅଭି ଯୋଗ ମଧ୍ୟରୁ ୪୬ ଗୋଟି ବ୍ୟକ୍ତିଗତ,୩୯ ଗୋଟି ସାମୁହିକ ଅଭିଯୋଗର ଶୁଣାଣି ପରେ ହସ୍ତଗତ ହୋଇଥିବା ଅଭିଯୋଗ ମଧ୍ୟରୁ ତତକ୍ଷଣାତ ଗୋଟିଏ ଅଭିଯୋଗ କୁ ସମାଧାନ କାରିବା ସହ ଅନ୍ୟାନ୍ୟ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେୟାର କରନ୍ତୁ

Next Post

ଉତ୍ତର-ପୂର୍ବ ରାଜ୍ୟରେ ଜଳପ୍ରଳୟ...

Tue Jun 3 , 2025
ବାସ୍ତବ ବ୍ୟୁରୋ: ମୌସୁମୀ ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଗତ ୪ ଦିନ ଧରି ଲଗାଣ ବର୍ଷା  ହେଉଛି । ବର୍ଷା ବିତ୍ପାତ ଯୋଗୁଁ ଆସାମ, ସିକ୍କିମ୍‌, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି ।  ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ସ୍ଥିତି ଉପୁଜିଛି । ୨୨ ଜିଲ୍ଲାର ୧୨୫୪ ଗାଁରେ ସାଢ଼େ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । […]

You May Like

Breaking News

Pin It on Pinterest