ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ବହୁ ପ୍ରତୀକ୍ଷିତ ଓକା ବୈଶାଖୀ ମହୋତ୍ସବ….

ଭୁବନେଶ୍ବର(ନି ପ୍ର): ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶା ର ସଂସ୍କୃତି କୁ ଭୁଲି ବିଦେଶୀ ସଭ୍ୟତା କୁ ଆପଣାଉଥିବ ବେଳେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ମୂର୍ଚ୍ଚନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ସଂସ୍କୃତି କୁ ଆଗେଇନେବା ଲାଗି ଭୁବନେଶ୍ୱର ର ଜୟଦେବ ଭବନଠାରେ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶଶଧର ପଣ୍ଡା ଙ୍କ ସଭାପତିତ୍ବରେ ଓଡ଼ିଆ ସଂସ୍କୃତି ମହୋତ୍ସବ “ବୈଶାଖୀ ଉତ୍ସବ ଓ ଜାତୀୟସ୍ତରୀୟ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ -୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ପବିତ୍ର କାର୍ଯ୍ୟକ୍ରମ ରେ ଓଡ଼ିଶା ସରକାର ଙ୍କ ପ୍ରାକ୍ତନ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ଦାଶରଥି ଶତପଥୀ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀ ହରିହର କାନୁନଗୋ, କୁଳପତି ବେଦ ବିଶ୍ଵ ବିଦ୍ୟାଳୟ, ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ନିରଞ୍ଜନ ରାଉତ,ଓଡ଼ିଶୀ ନୃତ୍ୟ ଗୁରୁ ସ୍ବୟଂ ପ୍ରଜ୍ଞା ସାହୁ, ପ୍ରାକ୍ତନ ଅଧ୍ୟକ୍ଷ, ଓଡ଼ିଶା ଉଚ୍ଚନ୍ୟାୟାଳୟ, ଓଡ଼ିଶା, ଶ୍ରୀ କେଶବ ଚନ୍ଦ୍ର ରାଉତ, ପ୍ରାକ୍ତନ ଶିକ୍ଷାବିତ୍ ତଥା ପରାମର୍ଶଦାତା ଓକା ଶ୍ରୀ ନବକିଶୋର ଦାସ, ସଭାପତି, ଭାଗବତ ଟୁଙ୍ଗି ପ୍ରଚାର ସମିତି, ଓଡ଼ିଶା ଶ୍ରୀ ନଙ୍ଗୁଳି ବାବା ଯୋଗଦେଇ ଉପସ୍ଥିତ ଥୂବା ନୃତ୍ୟାଙ୍ଗନା ଓ ସଂସ୍କୃତି ପ୍ରେମୀ ମାନଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ଓଡ଼ିଆ ସଂସ୍କୃତି କୁ ଭଲ ପାଇବା ହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଭଲ ପାଇବାର ନିଦର୍ଶନ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମ ର ଆୟୋଜକ ତଥା ସମ୍ପାଦକ ଶ୍ରୀ ବସନ୍ତ କୁମାର ଦାସ ପ୍ରାରମ୍ଭରେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ରୁ ଆସିଥୂବା ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜରେ ସେବା, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଅନୁଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ଆରକ୍ଷୀ ଅଧିକାରୀ ଶ୍ରୀ କିଶୋର ପଣ୍ଡା,ସାମ୍ବାଦିକ ଶ୍ରୀମନ୍ତ ପଣ୍ଡା ମହୋଦୟଙ୍କୁ ଓଡ଼ିଶା ଗୈାରବ ସମ୍ମାନ -୨୦୨୫ ଓ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଛା ବଛା ଓଡ଼ିଶୀ ନୃତ୍ୟାଙ୍ଗନା ମାନଙ୍କୁ ଦେବଦାସୀ ସମ୍ମାନ -୨୦୨୫ ରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିବାବେଳେ,ବାସ୍ତବ ଟିଭିର କଟକଜିଲ୍ଲା ପ୍ରତିନିଧି ସଂଜୟ ଶତପଥୀ ଓ ସାମ୍ବାଦିକ ଗୌତମ ମିଶ୍ରଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡିଶାର କୋଣ ଅନୁକୋଣରୁ ବହୁ କଳାକାର ଓ କଳାପ୍ରେମି ଉପସ୍ଥିତ ରହି କାର୍ଯ୍ୟକ୍ରମର ଭୁରିଭୁରି ପ୍ରସଂସା କରିଥିଲେ।

ସେୟାର କରନ୍ତୁ

Next Post

ସାର୍ବଜନୀନ ଦୁର୍ଗାପୂଜା ରାମଲୀଳା ପାଇଁ ରାବଣ ବରଣ...

Thu Jun 5 , 2025
ବରଗଡ୦୫/୦୬/୨୦୨୫(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ରେ ଆସନ୍ତା ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୦୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ରାମଲୀଳା ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ କମିଟି ର ପୂର୍ବତନ ସଭାପତି ଦୈତାରି ପ୍ରଧାନ ଙ୍କ ସଭାପତିତ୍ବରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଁ ଦୁର୍ଗା ଙ୍କ ପୂଜାର୍ଚ୍ଚନା ପୂର୍ବକ ମଙ୍ଗଳ ଆଳତି ସହ ସୁଶୀଲ କୁମାର ମେହେର ରାବଣ ବରଣ ହୋଇଛନ୍ତି। ଏଥିରେ କମିଟି ର ସଭାପତି […]

You May Like

Pin It on Pinterest