
ବରଗଡ୦୫/୦୬/୨୦୨୫(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ରେ ଆସନ୍ତା ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୦୨ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ରାମଲୀଳା ପାଇଁ ଦୁର୍ଗାପୂଜା କମିଟି ପକ୍ଷରୁ କମିଟି ର ପୂର୍ବତନ ସଭାପତି ଦୈତାରି ପ୍ରଧାନ ଙ୍କ ସଭାପତିତ୍ବରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଁ ଦୁର୍ଗା ଙ୍କ ପୂଜାର୍ଚ୍ଚନା ପୂର୍ବକ ମଙ୍ଗଳ ଆଳତି ସହ ସୁଶୀଲ କୁମାର ମେହେର ରାବଣ ବରଣ ହୋଇଛନ୍ତି।
ଏଥିରେ କମିଟି ର ସଭାପତି ସୁରେନ୍ଦ୍ର ସ୍ୱାଇଁ,ସୁଶାନ୍ତ ଅଗ୍ରୱାଲ,ଉନ୍ନି ନାୟାର, ପପୁନ୍ ପଧାନ,ଅଶୋକ ପଧାନ,ରାଜେଶ ପଧାନ,କିରଣ ପଧାନ,ଧିରଜ ସାହୁ,ହୁର୍ଶି ଭୋଇ,ବିକି ସାହୁ,ପାର୍ଥ ସାରଥୀ ପଣ୍ଡା, ଅମୃତ ପଧାନ,କେଶବ ପଧାନ, ମହମ୍ମଦ ପପୁ,ଦଶରଥ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।