ପ୍ରବାସୀଙ୍କ ପାଇଁ ୬୭୯୮ଟି ପଂଚାୟତରେ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ – ଦେଓରଂଜନ କୁମାର ସିଂହ ।

ବାସ୍ତବ ବ୍ୟୁରୋ-ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ପ୍ରବାସୀ ଫେରନ୍ତାଙ୍କ ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।

ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଂଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ ଦିନରେ ଓଡ଼ିଶା ଫେରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପଂଜୀକରଣ କରିବାକୁ ହେବ । ଯେଉଁମାନେ ଓଡ଼ିଶା ଫେରିବେ, ସେମାନେ କିଛି ସଂକ୍ରମିତ ରାଜ୍ୟରୁ ମଧ୍ୟ ଫେରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ପଂଚାୟତଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି । ଶ୍ରୀ ସିଂହ କହିଛନ୍ତି, ରାଜ୍ୟର ପଂଚାୟତଗୁଡ଼ିକରେ ଖାଇବା, ଶୋଇବା, ରହିବା ଆଦି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା କରାଯାଇପାରିଛି । ସରପଂଚଙ୍କ ନେତୃତ୍ୱରେ ପଂଚାୟତରେ ୫ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ସେହିପରି ବ୍ଲକ ସ୍ତରରେ ବିଡିଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଓଡ଼ିଶା ଭଳି ଅନ୍ୟ ରାଜ୍ୟରେ ଏଭଳି ବ୍ୟାପକ ବ୍ୟବସ୍ଥା ହୋଇ ନ ଥିବ ବୋଲି ମୋର ଅନୁମାନ ।

କରୋନା ସମ୍ପର୍କିତ ଅପଡ଼େଟ ଦେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ ବାହାର ରାଜ୍ୟରୁ ପ୍ରବାସୀମାନଙ୍କୁ କାହିଁକି ଫେରାଇ ଅଣାଯାଉଛି ଏନେଇ କିଛି ଲୋକ ପ୍ରଶ୍ନ କରୁଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ କିିଛି ବଢ଼ିପାରେ ହେଲେ ଏହାକୁ ନେଇ ବିଚଳିତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ବାହାରୁ ଫେରନ୍ତା ଲୋକଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ । ଏହା ମାନବିକତାର କଥା ଏବଂ ବିବେକର କଥା । ଆସନ୍ତା ୪ସପ୍ତାହ କରୋନା ବିରୋଧୀ ଲଢ଼େଇର ଚତୁର୍ଥ ପର୍ଯ୍ୟାୟ । ବାହାର ରାଜ୍ୟରୁ ଆସିଥିଲେ ପ୍ରଥମେ ଟେଷ୍ଟିଂ କରାଯିବା ପରେ ଷ୍ଟାମ୍ପ ଲଗାଯିବ । ସଙ୍ଗରୋଧ କେନ୍ଦ୍ରରେ ସ୍ୱଚ୍ଛତା ଓ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଉଛି । ଏହାସହ ଏକ ରେପିଡ଼ ରେସପନ୍ସ ଟିମ୍ ଗଠନ କରାଯାଇଛି । ସହରାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ ପାଇଁ ଅନୁମତି ଅଛି କିନ୍ତୁ ଗ୍ରାମାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ ପାଇଁ ଅନୁମତି ନାହିଁ ।

କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ହଜାର ୩୯୧ ରହିଛି । ବର୍ତ୍ତମାନ ୩୩ହଜାର ୫୧୪ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪ହଜାର ୧୮୨ଜଣ ଡିସଚାର୍ଜ ହୋଇଛନ୍ତି । ରାଜ୍ୟରେ କରୋନାରେ ୧୮୦ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୧୭ ଆକ୍ଟିଭ କେସ୍ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu May 7 , 2020
୧-ଆରୋଗ୍ୟ ସେତୁ ଆପ ରେ ବ୍ୟକ୍ତିଗତ ସୂଚନା ଚୋରି। କେବଳ ପ୍ଲେ ଷ୍ଟୋର ରୁ ଡାଉନଲୋଡ଼ କରିବାକୁ କହିଲେ ପୋଲିସ କମିଶନର। ଯଦି ଅନ୍ୟ କୌଣସି ସୂତ୍ରରୁ ଆପ କୁ ବ୍ୟବହାର କରୁଥିଲେ ତେବେ ଫୋନ କୁ ଫ୍ୟାକ୍ଟ୍ରି ରିସେତ କରିବାକୁ କୁହାଯାଇଛି। ୨-ଭାରତରେ ଗତ ୨୪ ଘଣ୍ଟାରେ ୩୫୮୨ covid-19 ରୋଗୀ ଚିହ୍ନଟ। ୨୪ ଘଣ୍ଟାରେ 1192 ରୋଗୀ ଆରୋଗ୍ୟ। ୩-ଆଜି ଓଡିଶା ରେ ଗୋଟିଏ ଦିନରେ ନୂଆ […]

You May Like

Pin It on Pinterest