ତୁଳସୀ କ୍ଷେତ୍ର ସ୍ନାନ ଯାତ୍ରା ମହୋତ୍ସବ ଓ ଭକ୍ତ ଦାସିଆ ସେବା ଉତ୍ସବ ଅନୁଷ୍ଠିତ…

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀ ଓ ଭକ୍ତ ଦାସିଆ ସେବା ମହାସଂଘ ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ତୁଳସୀ କ୍ଷେତ୍ର ସ୍ନାନ ଯାତ୍ରା ମହୋତ୍ସବ ଓ ଭକ୍ତ ଦାସିଆ ସେବା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।

ସକାଳୁ ମହାସଂଘ ପକ୍ଷରୁ ଭକ୍ତ ଦସିଆଙ୍କ ସେବା ସିଦ୍ଧ ବଳଦେବଜୀଉଙ୍କୁ ଅର୍ପଣ କରାଯାଇଥିଲା ଏହି ପବିତ୍ର ମହୋତ୍ସବରେ ଶ୍ରୀ ବଳଦେଜୀଉଙ୍କ ସେବକ ଶ୍ରୀ ନୃସିଂହ ଚରଣ ପତ୍ରୀ ଉଦଘାଟନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ ପ୍ରାରମ୍ଭରେ ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀ ର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ଦାସ ମହୋତ୍ସବ ର ଲକ୍ଷ୍ୟ ଉପରେ ସ୍ଵାଗତ ଭାଷଣ ଦେଇ ଥିବାବେଳେ,ମହସଂଘର ମୁଖ୍ୟ ପରାମର୍ଶ ଦାତା ଓ ଆବାହକ ଶ୍ରୀ ଅଭୟ କୁମାର ଦାସ ସଭାପତିତ୍ଵ କରିଥିଲେ ।

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବା ଓ ଶିକ୍ଷାବିତ୍ ଶ୍ରୀ ଶଶଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଶ୍ରୀ ବଳଦେଜୀଉଙ୍କ ସେବକ ଶ୍ରୀ ଜନାର୍ଦ୍ଦନ ସୁଆର, ବଶିଷ୍ଠ ସାମ୍ବାଦିକ ଶ୍ରୀ ଚିତ୍ତ ରଞ୍ଜନ ଦାସ, ଶିକ୍ଷାବିତ୍ ଶ୍ରୀ ନବ କିଶୋର ଦାସ ସଭାପତି ଭାଗବତ ଟୁଙ୍ଗୀ ପ୍ରଚାର ସମିତି ଓଡ଼ିଶା ଶ୍ରୀ ନଙ୍ଗୁଳି ବାବା ମଞ୍ଚାସିନ ହୋଇଥିଲେ।

ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ରୁ ଆସିଥିବା ନୃତ୍ୟ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ ଭକ୍ତ ଦାସିଆ ସେବା ସମ୍ମାନ ଓ ତୁଳସୀ କ୍ଷେତ୍ର ସମ୍ମାନ ଅନେକ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ମହୋତ୍ସବ ର ନିର୍ଦ୍ଦେଶକ ନୀର୍ଝରିକା ଦାସ ଓ ପ୍ରଦୀପ କୁମାର ବିହାରୀ ଙ୍କ ପରିଚାଳନା ଓ ସହଯୋଗିତା କରିଥିଲେ ସୁଶାନ୍ତ କୁମାର ପରିଡ଼ା,ବିଜୟ କେତନ ସାହୁ, ନିରାକାର ମହାରଣା, ସୁଶାନ୍ତ କୁମାର ଦାସ, ସଉରି ଦାସ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ସେୟାର କରନ୍ତୁ

Next Post

ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ...

Fri Jun 13 , 2025
କେନ୍ଦ୍ରାପଡ଼ା(ନି.ପ୍ର)୧୨/୬/: ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ସ୍ଥାନୀୟ ସଂସ୍କୃତି ଭଵନରେ ହିତାଧିକାରୀମାନଙ୍କୁ ରେସନ କାର୍ଡ ବଣ୍ଟନ କରିଥିଲେ। ଏହା ପରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ସହିତ ସଫଳତାକୁ ଲୋକଙ୍କ ପାଖକୁ ପହଂଚେଇବାକୁ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ […]

You May Like

Pin It on Pinterest