
ବରଗଡ଼୧୩/୦୬(ନବୀନ କୁମାର ଦାଶ):ଭାରତୀୟ କୃଷକ ହିଁ ଭାରତୀୟ ଗଣତନ୍ତ୍ର ର ଭବିଷ୍ୟତ।ଦେବାହାଲ ସ୍ଥିତ ଜୟକିଷାନ ପାଠାଗାର ଦ୍ୱାରା ବିଶିଷ୍ଟ ଚାଷୀ ନେତା ସ୍ବର୍ଗତ ଗଙ୍ଗାଧର ବେହେରାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ବକ୍ତାମାନେ ଏହି ମତ ଦେଇଥିଲେ।ଆଲୋଚନା ର ବିଷୟ ଥିଲା “ଭାରତର କୃଷକ ଓ ଭାରତୀୟ ଗଣତନ୍ତ୍ର ର ଭବିଷ୍ୟତ”।
ପାଠାଗାର ର ସହ ସମ୍ପାଦକ ବିନୟ କୁମାର ସାହୁଙ୍କ ପରି ଚାଳନା ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସାହିତ୍ୟକ ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ଵ ରେ ଆଲୋଚନା ଚକ୍ରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ ଆବାହମାନ କାଳରୁ ଅନ୍ୟାୟ ଶୋଷଣ ବିରୁଦ୍ଧରେ ଲଢେଇ ଚାଲିଆସିଛି।ସେହି ଧାରା ଆଜି ମଧ୍ୟ ଚାଲିଛି ଆଉ ସେହି ଲଢେଇ କେଉଁଠି ଚାଷୀ ଆନ୍ଦୋଳନ,କେଉଁଠି ଜୀବନ ଜୀବିକାର ଲଢେଇ,କେଉଁଠି ଜାତିବାଦ କୁ ନେଇ ଲଢେଇ ତ ଆଉ କେଉଁଠି ମଦ ବିରୁଦ୍ଧରେ ଲଢେଇ।
ଏହି ସବୁ ଆନ୍ଦୋଳନ ରେ ବରଗଡ କୃଷକମାନେ ନିଜକୁ ସାମିଲ କରିଛନ୍ତି।ଦେଶ ରେ ଅଧିକାଂଶ ନାଗରିକ କୃଷକ, ଭାରତୀୟ କୃଷକ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି, ସେମାନଙ୍କର ବିକାଶ ଦେଶର ବିକାଶ,ସେମାନେ ହିଁ ଏହି ଗଣତନ୍ତ୍ରର ପ୍ରକୃତ ହକଦାର। ଦେଶକୁ ଘୃଣ ର ରାଜନୀତି ରୁ ବଞ୍ଚାଇବାକୁ ହେବ ଏବଂ ମଣିଷ କୁ ଭଲ ପାଇବାର ବିଚାର କୁ ଆଗକୁ ନେବାକୁ ହେବ।ସ୍ବର୍ଗତ ଗଙ୍ଗାଧର ଏଇ ସବୁ କାମ ରେ ନିଜକୁ ନିୟୋଜିତ କରିଥିଲେ।ଜୟ କିଷାନ ପାଠାଗାରର ସଭାପତି କାଶୀଶ୍ୱର ବେହେରା ଏହି କାର୍ଯ୍ୟକ୍ରର ଉଦ୍ବେଷ୍ୟ ବିଷୟ ରେ ଅବଗତ କରାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏହମଦା ବାଦ ବିମାନ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା।କାର୍ଯକ୍ରମ ରେ ଆଖପାଖ ଅଂଚଳର ଚାଷୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ଶେଷରେ ମନୋରଞ୍ଜନ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ।



