ବାସ୍ତବ ବ୍ୟୁରୋ: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପକ୍ଷେତ୍ର। ୨୪ ଘଣ୍ଟାରେ ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।
ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସାଢେ ୫ଟା ସମୟରେ ଦକ୍ଷିଣପଶ୍ଚିମ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ହେବ। ଏହାର ପ୍ରଭାବରେ ରାଜ୍ୟରେ ୨୦ ତାରିଖ ଯାଏ ବର୍ଷା ଲାଗି ରହିବ।
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ମତ୍ସ୍ୟବିଭାଗ । ପ୍ରବଳ ପବନରେ ଡଙ୍ଗାକୁ ଡଙ୍ଗା ପିଟିହେବାରେ ସମ୍ଭାବନା ଥିବା ବେଳେ ମାଛଧରା ଜାଲ ଓ ସମସ୍ତ ସାମଗ୍ରୀ, ଡ଼ଙ୍ଗା ଆଦିକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ଚଳିତ ମାସ ୧୭ ତାରିଖରୁ ୧୯ ତାରିଖ ଯାଏ ସମୁଦ୍ର ମନା । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।



