
ବରଗଡ଼୧୭/୦୬(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଚାଷୀ ମାନଙ୍କ ଧାନ ବିକ୍ରି ସମସ୍ୟା କୁ ଉପଲବ୍ଧି କରି ଭାରତୀୟ ଜନତା ପାର୍ଟି ଅତାବିରା ଏକ ପ୍ରତିନିଧି ମଣ୍ଡଳ ରାଜ୍ୟସରକାର ଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ସମ୍ବଳପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କୁ ଶୀଘ୍ର ଚାଷୀ ଙ୍କ ଧାନ ମାର୍କେଟ ରୁ ଇଠାଇବା ଏବଂ ଧାନ ବିକ୍ରି ନହେବା ପର୍ଯ୍ୟନ୍ତ ଯେମିତି ଟୋକନ ବଳବତ୍ତର ରହିବା ନେଇ ଆଲୋଚନା କରିଥିଲେ।
ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ମିଳନ ସେଟ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ,ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ରବୀନ୍ଦ୍ର ନାୟକ,ବରିଷ୍ଟ ବିକେପି ନେତା ଡ଼:ଅଜୟ ମିଶ୍ର,ପୂର୍ବତନ ମଣ୍ଡଳ ସଭାପତି ଅରୁଣ ପ୍ରଧାନ,ପ୍ରତାପ ଗର୍ତିଆ ଓ ଶିବ ପ୍ରଧାନ,ବରିଷ୍ଟ ବିଜେପି ନେତା ସୁଶାନ୍ତ ଶତପଥୀ ଓ ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ୱାଇଁ ଙ୍କ ଉପସ୍ଥିତି ରେ ମନ୍ତ୍ରୀ ଶ୍ରୀ ପାତ୍ର ଫୋନ ମାଧ୍ୟମରେ ମୁଖ୍ୟ ଯୋଗାଣ ଅଧିକାରୀ ଓ ଜିଲ୍ଲା ପାଳ ଙ୍କୁ ନିର୍ଦେଶ ଦେଇଥିଲେ।