ବାସ୍ତବ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯିବ ।
ସୁବ୍ରତ ସେନାପତି ‘କଦମ୍ବବନ’ ପୁସ୍ତକ ଓ ରାଜକିଶୋର ପାଢୀ ‘କେତେ ଫୁଲ ଫୁଟିଚି’ ପାଇଁ ଏହି ମର୍ଯାଦାଜନକ ପୁରସ୍କାର ପାଇବେ। ଉଭୟଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା, ଉପଢୌକନ ଓ ସ୍ମାରକୀ ପ୍ରଦାନ କରାଯିବ।ଏକାଡେମୀ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଅତିଥିଙ୍କ ଦ୍ୱାରା ଉଭୟ ମନୋନୀତ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ ।