
ବରଗଡ଼୨୧/୦୬(ନବୀନ କୁମାର ଦାଶ):ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗମୟ ହୋଇଛି ସାରା ଜଗତ।ଏକାଦଶ ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ରହିଛି ‘ଏକ ପୃଥିବୀ,ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ।ବିଶାଖାପାଟଣା ବେଳା ଭୂମିରେ ଜାତୀୟ ଯୋଗ ଦିବସ ପାଳନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆରକେ ବିଚ୍ ଠାରୁ ଭୋଗପୁରମ ପର୍ଯ୍ୟନ୍ତ ୨୬କିଲୋମିଟର କରି ଡରରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ।ଯେଉଁଠାରେ ୩ ଲକ୍ଷ ଲୋକ ଏଥିରେ ସାମିଲ ହୋଇ ଥିବା ସୂଚନା ମିଳିଛି।
ଏହି ଅବସର ରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଯୋଗାଭ୍ଯାସ ଶିବିରରେ ମାନ୍ୟବର ବରଗଡ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀଙ୍କ ସମେତ ଜିଲ୍ଲାପାଳ ଆଦିତ୍ୟ ଗୋୟଲ,ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁ, ଜିଲ୍ଲାସ୍ତରୀୟ ଅଧିକାରୀ,କର୍ମ ଚାରୀ,ଛାତ୍ରଛାତ୍ରୀ,ସାମାଜିକ ଅନୁଷ୍ଠାନ,କ୍ରୀଡାବିତ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରେ ଆଭାସୀ ମଧ୍ୟମରେ ଜଡିତ ହେବା ସହ ସାମୁହିକ ଯୋଗା ଭ୍ୟାସ କରିଥିଲେ।
ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ପଟ୍ଟ ନାୟକ ଏବଂ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକ ଙ୍କ ଉଦ୍ୟମରେ ଆୟୋଜିତ ଉକ୍ତ ସାମୁହିକ ଯୋଗାଭ୍ୟାସ ଶିବିର ରେ ଆର୍ଟ ଅଫ ଲିଭିଙ୍ଗ ଅନୁଷ୍ଠାନ ବରଗଡ ଶାଖାର କର୍ମକର୍ତ୍ତା ଉପସ୍ଥିତ ରହି ଯୋଗାଭ୍ୟାସ ପ୍ରଦର୍ଶନ କରିଥିବା ବେଳେ ଜିଲ୍ଲାରୁ ଜାତୀୟ ସ୍ତରରେ ଯୋଗ ପ୍ରତିଯୋଗିତାରେ ପ୍ରତିନିଧିତ୍ଵ କରିଥିବା ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ତାଙ୍କ ସହଯୋଗୀ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରଯାଇଥିଲା।



