ବାସ୍ତବ ବ୍ୟୁରୋ: କିଛି ଦିନ ହେଲାଣି ବହୁ ବିମାନରେ ତ୍ରୁଟିଥିବା ଖବର ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି ତ ଆଉ କେତେବେଳେ ପକ୍ଷୀ ଧକ୍କା ଯୋଗୁଁ ବହୁ ବିମାନ ବାତିଲ ହେଉଛି । ଲୋକେ ଡରିଲେଣି ବିମାନରେ ଯାତ୍ରା କରିବାକୁ । ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଯାତ୍ରୀ ଏବଂ ସେମାନଙ୍କ ପ୍ରିୟଜନଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଲୋକେ ଗୁଗୁଲ୍ ରେ “ନିରାପଦ ଏୟାରଲାଇନ୍ସ ୨୦୨୫” ଖୋଜିବାରେ ଲାଗିଛନ୍ତି ।
ଗୁରୁବାର ଦିନ ଆଉ ଏକ ଦୁର୍ଘଟଣା ହେବାରୁ ହେବାରୁ ଟଳି ଯାଇଛି। ଇଣ୍ଡିଗୋର ଗୌହାଟୀ-ଚେନ୍ନାଇ ଫ୍ଲାଇଟ୍ର ବେଙ୍ଗାଲୁରୁରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ହୋଇଛି। ଏନଡିଟିଭିର ସୂତ୍ରାନୁସାରେ , ଇନ୍ଧନ କମ୍ ହେବା କାରଣରୁ ଫ୍ଲାଇଟ୍ର ପାଇଲଟ ମେ-ଡେ (Mayday)ର ମେସେଜ୍ ମଧ୍ୟ ପଠାଇ ଥିଲେ। ହେଲେ , ଆଶ୍ୱସ୍ତିର କଥା ଏହା ଯେ, ବିମାନ ବେଙ୍ଗାଲୁରୁରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା। ଏହି ପୂରା ଘଟଣା ଗୁରୁବାରର , କିନ୍ତୁ ଶନିବାର ଏହି ବିଷୟରେ ସୂଚନା ମିଳିଛି।
ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ଆସାମର ଗୌହାଟ୍ଟୀରୁ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିଲା , କିନ୍ତୁ ମଝି ଅକାଶରେ ବିମାନରେ ଇନ୍ଧନ ଅଭାବ ହେବାରୁ ପାଇଲଟ୍ ବେଙ୍ଗାଲୁରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ‘ମେଡେ’ କଲ୍ କରିଥିଲେ । ପାଇଲଟ୍ ବେଙ୍ଗାଲୁରୁ ଏଟିସିକୁ ‘କମ୍ ଇନ୍ଧନ କାରଣରୁ ମେଡେ କଲ୍’ ଦେଇଥିଲେ । ହେଲେ ଭିଡ଼ ଯୋଗୁଁ ବିମାନକୁ ଅବତରଣ ପାଇଁ କ୍ଲିୟରାନ୍ସ ମିଳିନଥିଲା । ଏହା ପରେ, ପାଇଲଟ୍ ବେଙ୍ଗାଲୁରୁକୁ ‘ fuel shortage ମେଡେ କଲ୍’ କରିଥିଲେ । ପାଇଲଟ୍ ଏଟିସିକୁ କହିଥିଲେ, ବିମାନରେ ଇନ୍ଧନ କମ୍ ଅଛି, ତେଣୁ ଆପଣ ଆମକୁ ପ୍ରାଥମିକତା ଭିତ୍ତିରେ ଅବତରଣ କରିବାକୁ ଅନୁମତି ଦିଅନ୍ତୁ । ଏହାପରେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଡିଗୋ ବିମାନ ରାତି ୮.୨୦ ରେ ବେଙ୍ଗାଲୁରୁ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା ।