
ବରଗଡ଼୨୨/୦୬(ନବୀନ କୁମାର ଦାଶ):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା ପୂର୍ବକ ଅତାବିରା ବିଜେଡି ପକ୍ଷରୁ ଅତାବିରା ଦୁର୍ଗା ମନ୍ଦିରରେ ପୂଜା ଅର୍ଚ୍ଚନା କରି ପ୍ରଦୀପ ପ୍ରଜ୍ଜ୍ବଳନ କରିଛନ୍ତି।
ବିଜେଡି ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ବ୍ଳକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ଉପ ଅଧ୍ୟକ୍ଷ ଅନନ୍ତ ମେହେର,ଏନଏସି ଅଧ୍ୟକ୍ଷ ବନମାଳୀ ବରିହା,ଉପ ଅଧ୍ୟକ୍ଷା ଅନୁସୟା ବିଶ୍ୱାଳ,କାଉନସିଲର ବିଳସ ଯୋନପୁରୀ,ପ୍ରମିଳା ପ୍ରଧାନ,ସବିତା ମଲ୍ଲିକ,ସମେତ ସରପଞ୍ଚ,ସମିତି ସଭ୍ୟ ଓ ବିଜେଡ଼ି କର୍ମୀମାନେ ସାମିଲ ହୋଇଥିଲେ।



