ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଲତା ହୁଇକା ରାଜ୍ୟ ସ୍ତରରେ ସମ୍ମାନିତ….

ଦିପକ ପୃଷ୍ଠି(ରାୟଗଡ଼ା) : ଅଖଣ୍ଡ ଓଡ଼ିଶା ମିଶନ ଓ ଏହାର ମୁଖପତ୍ର ଐକତାନ ତରଫରୁ ଲୋହିଆ ଏକାଡେମୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଲତା ହୁଇକାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ଏଥିରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀଯୁକ୍ତା କୃଷ୍ଣା ମହାନ୍ତି ଉଦ୍ଘାଟିକା, ପ୍ରାକ୍ତନ ନ୍ୟାୟମୂର୍ତ୍ତି ଶ୍ରୀ ଅରୁନ କୁମାର ପରିଚ୍ଛା ମୁଖ୍ୟ ଅତିଥି, ଅଧ୍ୟାପକ ପବିତ୍ର ମୋହନ ଦାସ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଦୁଲତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବହୁ ମହାମନିଷୀ ମାନଙ୍କ ଅଦମ୍ୟ ଉଦ୍ୟମ ଫଳରେ ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଛି । ମାତ୍ର ସମ୍ପ୍ରତି ଉକ୍ତ ଓଡ଼ିଶାକୁ ବିଚ୍ଛିନ୍ନତାବାଦର ବିଭିନ୍ନ ଆଳରେ ଯେପରି ଭାଗ ଭାଗ କରିଦେବାକୁ ଚକ୍ରାନ୍ତ ଚାଲିଛି, ତାକୁ ପ୍ରତିହତ କରିବା ପାଇଁ ଅଖଣ୍ଡ ଓଡ଼ିଶା ମିଶନ ଏକ ଅଭିଯାନ ମାଧ୍ୟମରେ ତାର କାର୍ଯ୍ୟକ୍ରମ ଜାରି ରଖିଛି ବୋଲି କହିଛନ୍ତି କୃଷ୍ଣା । ମିଶନର ମୁଖପତ୍ର ଐକତାନ ଓଡ଼ିଶା ରାଜ୍ୟରେ ପ୍ରଚଳିତ ଆଠଟି ଭାଷାରେ ବିଭିନ୍ନ ଲୋକଭିତ୍ତିକ ସମସ୍ୟା ଓ ସମ୍ଭାବନା ଉତ୍ଥାପନ କରିଆସୁଛି ବୋଲି ଏହାର ସମ୍ପାଦକ କବି ଶୈଳଜ ରବି ତାଙ୍କର ମତ ରଖିଛନ୍ତି । ମିଶନର ଆବାହିକା ଅପର୍ଣ୍ଣା ନାୟକ, ଐକତାନର କାର୍ଯ୍ୟକାରୀ ସମ୍ପାଦିକା ସୁସ୍ମିତା ରଥ ଏବଂ ପରିଚାଳନା ସମ୍ପାଦିକା ଅଦିତି ସାହୁ ଏହି ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ ।

ଓଡିଶାରେ ୬୨ ପ୍ରକାର ଆଦିବାସୀଙ୍କ ସ୍ଵତନ୍ତ୍ର ଭାବେ ୬୨ ପ୍ରକାର ଭାଷା ପ୍ରଚଳିତ ଥିଲା । କାଳକ୍ରମେ ତନ୍ମଧ୍ୟରୁ ବିଭିନ୍ନ କାରଣ ବଶତଃ ଅନେକ ଭାଷା ଲୋପ ପାଇଛି । ତଥାପି ପାଖାପାଖି ୩୦ ଟି ଭାଷା ଏବେବି ଜୀବିତ କିମ୍ବା ମୃତ୍ୟୁର ଦ୍ୱାର ଦେଶରେ । ମାତୃଭାଷା ଆମ ସମସ୍ତଙ୍କ ଅସ୍ତିତ୍ତ୍ଵ । ଆମକୁ ଓଡ଼ିଶା ରାଜ୍ୟକୁ ଅଖଣ୍ଡ ରଖିବାକୁ ହେଲେ ସମସ୍ତ ବର୍ଗଙ୍କୁ, ବିଶେଷ ଭାବେ ଆଦିବାସୀଙ୍କୁ ସମ୍ମାନ ଦେବାକୁ ହେବ, ସେମାନଙ୍କ ଭାଷାକୁ ଆଦରିବାକୁ ହେବ ଯେପରି ସେମାନେ ଓଡ଼ିଆ ଭାଷାକୁ ଆଦରି ନେଇଛନ୍ତି । ଆଦିବାସୀ ହିସାବରେ ଅଖଣ୍ଡ ଓଡ଼ିଶାରେ ସମ୍ମାନର ସହ ବଞ୍ଚିବା ଆମ ସମସ୍ତଙ୍କ ସ୍ଵପ୍ନ ବୋଲି ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ ବିଦୁଲତା ।

ରାୟଗଡାରୁ ସାହିତ୍ୟିକ ସତ୍ୟନାରାୟଣ ଗନ୍ତାୟତ ଓ ଅନ୍ୟାନ୍ୟ ବୁଦ୍ଧିଜୀବିଗଣ ଯଥା ଯୋଗେଶ ଦାସ, ଦୀପକ ପୃଷ୍ଟି, ରଶ୍ମିରଞ୍ଜନ ଦୋରା, ରବୀନ୍ଦ୍ର ପାଟଖଣ୍ଡାଳ, ଅଜୟ ରଥ, ଶ୍ୟାମ କୁମାର ଦାସ, ବିଜୟ ଦାସ, ବିଦ୍ୟାଭୂଷଣ ପଣ୍ଡା, ଟି ନାଗରାଜୁ, ବିଜୟ କୁମାର ମେଲେକା, ରାଜେଶ୍ୱରୀ ଦଳାଇ, ପ୍ରମୋଦ ପଣ୍ଡା, ରାଜା ପାଣିଗ୍ରାହୀ, ଜଳେନ୍ଦ୍ର ବାଛିଲି, ଜ୍ୟୋତିଜିତ ପଣ୍ଡା ପ୍ରମୁଖ ଏହି ସମ୍ମାନ ପାଇଁ ବିଦୁଲତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ସେୟାର କରନ୍ତୁ

Next Post

କୁୱେତ'ରେ ଯୋଗ,ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ହିଁ ଆବଶ୍ୟକ- ବିଶ୍ଵ ରଞ୍ଜନ

Thu Jun 26 , 2025
କୁୱେତ :- ଶରୀରକୁ ସୁସ୍ଥ ତଥା ମନକୁ ସ୍ଥିର ରଖିବା ନିମନ୍ତେ ଯୋଗ ଏକ ରାମବାଣ ପ୍ରକ୍ରିୟା ଅଟେ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅହିତକର ପରିବେଶ, ପ୍ରଦୂଷଣ ତଥା ବିଗିଡି ଯାଇଥିବା ଦିନଚର୍ଯ୍ୟା ଯୋଗୁଁ ନାନାଦି ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯାହାଦ୍ୱାରା କମ୍ ବୟସରୁ ଚିନ୍ତା, ଅବସାଦ ଓ ଉଦାସୀନତା ନିତି ଦିନିଆ କଥା ହୋଇଗଲାଣି । ଏଥିରୁ ମୁକ୍ତି ପାଇବାକୁ ହେଲେ ଯୋଗ ହିଁ […]

You May Like

Pin It on Pinterest