ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ମୂର୍ଚ୍ଛନା’ର ଭଜନ ମଞ୍ଚ….

କେନ୍ଦ୍ରାପଡ଼ା(ନି.ପ୍ର): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ମୂର୍ଚ୍ଛନା ଭଜନ ମଞ୍ଚ ର କଳାକାର ମାନେ ଚିତା କର୍ଶକ ଭଜନ ପରିବେଷଣ କରିଥିଲେ।

ପ୍ରାରମ୍ଭରେ ମୂର୍ଚ୍ଛନା ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସମସ୍ତ କଳାକାର ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପଞ୍ଜାବ ରୁ ଆସିଥିବା ସୁଫି ଭଜନ ଗାୟକ ପି ସି ରାଉତ ରାଜପୁତ ଭଜନ ପରିବେଷଣ କରିଥିଲେ ଓ ଆଗ ଧାଡ଼ିର କଣ୍ଠଶିଳ୍ପୀ ସୁବାସ ପାତ୍ର, ସ୍ଵେତାଲିନା ପଣ୍ଡା, ନିରାକାର ମହାରଣା, ରୂପାଲି ମହାରଣା ସ୍ମୃତି ପଣ୍ଡା, ଜ୍ୟୋତିର୍ମୟୀ କର, ଭଜନ ପରିବେଷଣ କରି ଥିବା ବେଳେ ତବଲା ବାଦକ ରେ ସୂର୍ଯ୍ୟକାନ୍ତ କର କିବୋର୍ଡ ରେ ହିମାଂଶୁ ଶେଖର କରେ ଓ ଅକ୍ଟପ୍ୟଡ୍ ରେ ଆଲୋକ ଘଡାଇ ପ୍ରମୁଖ ବଳଦେବଜୀଉଙ୍କ ସୁନ୍ଦର ଭକ୍ତି ପୁତ ଭଜନ ଓ ଜଣାଣ ମୂର୍ଚ୍ଛନା ର କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମ ତାଳଧ୍ୱଜ ରଥକୁ ଭକ୍ତ ମାନେ ଦର୍ଶନ କରିବା ସହ ମାଉସୀମା ମନ୍ଦିର ନିକଟରେ ଭଜନ ସମାରୋହ ଉପଭୋଗ କରି ଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ମୂର୍ଚ୍ଛନା ଅନୁଷ୍ଠାନ ର କଳାକାର ମାନଙ୍କୁ ତୁଳସୀ କ୍ଷେତ୍ର ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ ଓ ଶେଷରେ ସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କୁ ପହଣ୍ଡି କରି ମାଉସୀମା ମନ୍ଦିର କୁ ଅଣାଯାଇଥିଲା।

ସେୟାର କରନ୍ତୁ

Next Post

ଏମ୍ ସି ଏଲ ଚାକିରି କରାଇ ଦେବା ନାଁରେ ନକଲି ଏମ୍ ସିଏଲ ବାବୁ ପ୍ରକାଶ ଜଗଦ୍ଦଲ୍ଲା ଗିରଫ....

Tue Jul 1 , 2025
ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ରେ ସବୁ ଗଡବଡ।ବରଗଡ଼ ନିଶାର ଗଡ ସହ ଚୋର ଡକା ୟତ ଙ୍କ ଗଡ ସାଜି ଅଞ୍ଚଳରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଦିନକୁ ଦିନ ନୂଆଁ ନୂଆଁ ଘଟଣା ଗୁଡ଼ିକ ଘଟି ନିରୀହ ଜୀବନ ବଳି ପଡ଼ିବା ସହ ଲୋକେ ସର୍ବସ୍ବାନ୍ତ ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।ସେଥିମଧ୍ୟରୁ ଅତାବିରା ଅନ୍ୟତମ ।ଅଞ୍ଚଳ ଟି ଚାଷ ପ୍ରବଣ ଅଞ୍ଚଳ ଭାବେ […]

You May Like

Pin It on Pinterest