
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ୫୪ନଂ ରାଜ୍ୟ ରାଜପଥ କଡ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ଠାରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର ସମସ୍ତ କର୍ମକର୍ତ୍ତା ଙ୍କ ମିଳିତ ଉଦ୍ୟମରେ ଜୋନ୍ ର ସଭାପତି ଟିଙ୍କୁ ଉଗର ଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇ ଥିଲା।
ଏଥିରେ ଭିମ ଆର୍ମୀ ଗୋଡଭଗା ଜୋନ୍ ର ସଭାପତି ଧିମାନ ଟିଙ୍କୁ ଉଗର ଏବଂ ତାଙ୍କ ଧର୍ମପତ୍ନୀ ଧିମତି ଅଞୀଳି ଉଗର ଉଭୟ ପ୍ରଥମେ ରକ୍ତଦାନ କରି ସମସ୍ତ କର୍ମକର୍ତ୍ତା ସହ ରକ୍ତଦାତା ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରି ଶିବିର ରେ ମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।ଏଥିରେ ଭିମ ଆର୍ମୀ ର ସକ୍ରିୟ କାର୍ଯ୍ୟକର୍ତ୍ତା ନିଜର ବହୁ ମୂଲ୍ୟ ସମୟ ଦେଇ ରକ୍ତଦାନ କରି ମାନବ ସେବାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରି ଛନ୍ତି।
ଏହି ଶିବିର ରେ ଭିମ ଆର୍ମୀ ଭାରତ ଏକତା ମିଶନ ଓଡ଼ିଶା ର ରାଜ୍ୟ ସଭାପତି ଧିମାନ ଲଙ୍କେଶ ରାବଣ ଉପସ୍ଥିତ ରହି ରକ୍ତଦାନ ମହାନ୍ ଦାନ ବୋଲି ଉଦବୋଧନ ଦେଇଥିଲେ ଏବଂ ଶିବିର ଟି ସମସ୍ତଙ୍କ ସକ୍ରିୟ ସହଯୋଗ ରେ ସଂପୂର୍ଣ୍ଣ ରୂପେ ସଫଳ ହୋଇ ଥିଲା।