
ସଂଜୟ ଶତପଥୀ(କଟକ)୨।୭ : ଭକ୍ତିରେ ବନ୍ଧା, ଭାବରେ ଛନ୍ଦା । ତାଙ୍କରି ଯାତ୍ରାକୁ ନେଇ ମହାନଦୀବିହାରସ୍ଥିତ ମଙ୍ଗଳାମନ୍ଦିର ଛକରେ ଆୟୋଜିତ ହେଉଅଛି ଶ୍ରୀଗୁଣ୍ଡିଚା ମହୋତ୍ସବ – ୨୦୨୫ ।
ମହୋତ୍ସବ କମିଟିର ଆବାହକ ସଞ୍ଜୟ ଜେନା ଓ ହିମାଂଶୁ ଷଡ଼ଙ୍ଗୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଷଷ୍ଠ ସନ୍ଧ୍ୟାରେ,ଉଦଘାଟକ ଭାବେ କଟକ ଡିସିପି ରିଷିକେଶ ଖିଲାର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ବିଶିଷ୍ଟ ଅତିଥି ଜଗଦାନନ୍ଦ ତ୍ରିପାଠୀ, ଭାଗିରଥି ଦଳାଇ, ହରପ୍ରିୟା ଧଳ, ମଙ୍ଗଳା ମନ୍ଦିର ପରିଚାଳନା ସମିତିର ସଭାପତି ଚାରୁଲତା ଷଡ଼ଙ୍ଗୀ, ସମ୍ପାଦକ ସ୍ନେହ ନନ୍ଦ, ମହିଳା ସମିତିର ପୂର୍ବତନ ସଭାପତି ବାସନ୍ତୀ ଶତପତି, ସଭାନେତ୍ରୀ ନମିତା ଦାସ, ମାଳତୀ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ ।
ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଠ କଳାକାର ତଥା ଖୁଦ୍ର ଫିଲିମ କୁଟକୁଟ ନିର୍ଦେଶକ ଅଭିନେତା ବିରଜା ପ୍ରାସାଦ କାନୁନଗୋ ଙ୍କୁ ସଂବ୍ରଦନା କରାଯାଇଥିଲା l ମହାନଦୀ ବିହାର ର ଚତୃପlଶ୍ଵରେ ଥିବା ପୂଜା ପାଉଥିବା ମଙ୍ଗଳା ମନ୍ଦିର, ହନୁମାନ ମନ୍ଦିର, ଆଖଣ୍ଡଳମଣି ମନ୍ଦିର ରାଧାକୃଷ୍ଣ ମନ୍ଦିର ଓ ଗଣେଶ ମନ୍ଦିର ର ପରିଚାଳକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଷଷ୍ଠ ସନ୍ଧ୍ୟାରେ କଥାବାଚକ ମନୋଜ ପ୍ରଧାନ ଉପସ୍ଥିତ ଭକ୍ତମଣ୍ଡଳୀଙ୍କୁ କାଳିଆ କରୁଛି ଲୀଳା ବଡ଼ ଦାଣ୍ଡରେର ଭକ୍ତବୃନ୍ଦଙ୍କୁ ବଖାଣି ଥିଲେ । ଶ୍ରୀ ଗୁଣ୍ଡିଚା ମହୋତ୍ସବ କମିଟି ର ଅଧକ୍ଷ ପୃର୍ବଚନ ବିଧାୟକ ଡ଼ଃ ପ୍ରଭାତ ବିଶ୍ୱାଳ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଛି।
ଏହି ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ବରଦା ପ୍ରାସାଦ ନାୟକ,ରବୀନ୍ଦ୍ର ପ୍ରସାଦ ମହାନ୍ତି, ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ, , ସରୋଜ ପ୍ରସାଦ ସ୍ବାଇଁ, ଡକ୍ଟର କମଳ ପ୍ରସାଦ ମହାନ୍ତି, ଚତୃଭୁଜ ମହାପାତ୍ର, ପ୍ରହ୍ଲାଦ ଚନ୍ଦ୍ର ମହାନ୍ତି, ଜ୍ଞାନରଞ୍ଜନ ଦାସ, ରାଧାକାନ୍ତ ଶତପଥୀ, ଶରତ ଚନ୍ଦ୍ର କୁଣ୍ଡୁ, ତାପସ ସାମନ୍ତ, ପ୍ରଦୀପ୍ତ ମହାନ୍ତି, ବିଷ୍ଣୁ ପ୍ରସାଦ କର, ପ୍ରମୋଦ ଦାସ, ସୁଶାନ୍ତ ଘୋଷ, ରାକେଶ ତ୍ରିପାଠୀ, ନିରୁପମା ପତି, ଲେନିନପ୍ରଭା, ଦୁର୍ଗା ବେହେରା,ପ୍ରଭାତ ସାହାଣୀ ଙ୍କ ସମେତ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ଉପସ୍ଥିତ ଥିବା ବେଳେ ଉଲ୍ଲାସ ବେଉରା ମଞ୍ଚ ପରିଚାଳନା କରିଥିଲେ ।