ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ…

ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ ଓ ୮ରେ ଚୂଡ଼ାନ୍ତ ଫଳାଫଳ ଘୋଷଣା: ଡ.ଯତୀନ ମହାନ୍ତି

ଚୂଡ଼ାନ୍ତ ମତାଦାତାଙ୍କ ସୂଚୀ ପ୍ରକାଶ
ନାମାଙ୍କନ ପତ୍ର ଦାଖଲ ଆସନ୍ତା କାଲି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ହେବ ଏବଂ ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ଅପରାହ୍ନ ୪.୩୦ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ

ଭୁବନେଶ୍ୱର(ନି.ପ୍ର)୦୬/୦୭: ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଜୁଲାଇ ୪ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆଜି ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇଥିଲା । ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ଏହି ସୂଚୀ ଉପରେ ବିଭିନ୍ନ ଆପତି ଅଭିଯୋଗର ଯାଂଚ ପରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି । ଏହି ମତାଦାତାମାନେ ହିଁ ରାଜ୍ୟ ସଭାପତି ଚୟନ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ତଥା ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି ।

ଉପରୋକ୍ତ ନିର୍ବାଚନ ପାଇଁ ଧାର୍ଯ୍ୟ ଆସନ୍ତା କାଲି ଜୁଲାଇ ୭ରେ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ନାମାଙ୍କନପତ୍ର ଦାଖଲ ହେବାର ଥିଲା । ମାତ୍ର ଅନିବାର୍ଯ୍ୟ କାରଣ ପାଇଁ ଏହି ସମୟରେ ପରିବର୍ତନ କରାଯାଇଛି । ନାମାଙ୍କନ ପତ୍ର ଦାଖଲ ଆସନ୍ତା କାଲି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ହେବ । ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ଅପରାହ୍ନ ୪.୩୦ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଂଟନ କରାଯିବ । ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ ବୋଲି ଡ.ମହାନ୍ତି ସୁଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଜେପିର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୁଏ । ଏଥିରେ ଦଳର ବୁଥ୍‌ସ୍ତରରୁ ଆରମ୍ଭ କରି କେନ୍ଦ୍ରସ୍ତର ପର୍ଯ୍ୟନ୍ତ ନିର୍ବାଚନ କରାଯାଏ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି, ରାଜ୍ୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।

ସେୟାର କରନ୍ତୁ

Next Post

ଆଜି ବିଧିବଦ୍ଧ ଭାବେ ନାମ ବିଜେପି ରାଜ୍ଯ ସଭାପତିଙ୍କ ନାମ ଘୋଷଣା....

Tue Jul 8 , 2025
ରାଜ୍ୟ ସଭାପତି ପଦରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ମନମୋହନ ସାମଲ ସମସ୍ତ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନାମାଙ୍କନ ଦାଖଲ କଲେ ଆଜି ସଭାପତିଙ୍କ ନାମ ଘୋଷଣା…. ଭୁବନେଶ୍ୱର(ନି.ପ୍ର):ବିଜେପି ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ସଭାପତି ପଦରେ ଏକମାତ୍ର ପ୍ରାର୍ଥୀଭାବେ ଶ୍ରୀ ମନମୋହନ ସାମଲ […]

You May Like

Pin It on Pinterest