
ବରଗଡ଼(ନବୀନ କୁମାର ଦାଶ):ଗତକାଲି ବରଗଡ଼ ଉପକଣ୍ଠ ବିଜେପୁର ନିକଟସ୍ଥ ସମଲେଇପଦର ଠାରେ ଥିବା ପାର୍ବତୀ ଗିରି ବୃଦ୍ଧା ଶ୍ରମ ରେ ଥିବା ଅସହାୟ ବୃଦ୍ଧବୃଦ୍ଧା ମାନଙ୍କ ପାଖରେ ଛତା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଏହା ଦେଖି ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ୩୦ ଟି ଛତା ବଣ୍ଟନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମ ରେ ଲାୟନ୍ସ ଅମରଜିତ୍ ସିଂ,ଦୀପକ ବଲୋଦିଆ,ପ୍ରଦୀପ ତୟାଲ, ମନୋଜ କୁମାର ମହାପାତ୍ର ଯୋଗଦେଇ ସହଯୋଗ କରିଥିଲେ।ଝଡି ବରଷାରେ ଏହି ଅସହାୟ ମାନେ ଆଉ ଭିଜିବେ ନାହିଁ ଏବଂ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବେ ବୋଲି ସଂପାଦକ ଅଭୟ କୁମାର ଭୋଗ ପ୍ରକାଶ କରିଛନ୍ତି।