ଷ୍ଟିୟରିଂ ଛାଡିଲେ ଡ୍ରାଇଭର ମହାସଂଘ

ବାସ୍ତବ ବ୍ୟୁରୋ: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୬ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟବ୍ୟାପି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଡାକରା ଦିଆଯାଇଛି । ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଭାବେ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆ ସାମ୍ନାରେ ଧାରଣାରେ ବସିଛନ୍ତି। ରାଜ୍ୟର ୫ ଲକ୍ଷରୁ ଅଧିକ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି। ତେବେ କ୍ଷୀର ଗାଡ଼ି, ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସକୁ ଏଥିରୁ ବା୍ ଦିଆଯାଇଛି।

୬ ଦଫା ଦାବି ମଧ୍ୟରେ ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା ଦାବି ସଂଘ ପକ୍ଷରୁ କରାଯାଇଛି। ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ  ଦାବି କରିଛି।

ସେହିପରି ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି। ‌

ଅନ୍ୟପଟେ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଡ୍ରାଇଭରଙ୍କ ଆନ୍ଦୋଳନ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ପୂରା ଠପ୍ କରିଦେଇଛି । ଆନ୍ଦୋଳନରୁ ବର୍ତ୍ତିନାହିଁ ସରକାରୀ ବସ୍ । ମଝି ରାସ୍ତାରେ ସରକାରୀ ବସରୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି । ଫଳରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। 

ସେୟାର କରନ୍ତୁ

Next Post

ଦଳ ସରକାରଙ୍କ ସହ ଖୁୂଂଟ ଭଳି ଠିଆ ହୋଇରହିବ :ମନମୋହନ ସାମଲ

Tue Jul 8 , 2025
 କାର୍ଯ୍ୟକର୍ତାଙ୍କ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିପାରିଛି ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ,ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ : ମୁଖ୍ୟମନ୍ତ୍ରୀ ମନମୋହନଙ୍କ ନେତୃତ୍ୱରେ ସରକାର ଏବଂ ସଂଗଠନ ଆଗକୁ ବଢ଼ିବ: ବୈଜୟନ୍ତ ପଣ୍ଡା ରାଜ୍ୟରେ ତ୍ରିପଲ ଏମ୍ ସରକାର ଚାଲିଛି, ମୋଦି, ମୋହନ, ମନମୋହନ: ସମ୍ବିତ ପାତ୍ର ଓଡ଼ିଶାରେ ଲମ୍ବା ଇନିଂସ ଖେଳିବ ବିଜେପି ସରକାର ଅସମ୍ଭବ […]

You May Like

Pin It on Pinterest