ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର,ଜୁଲାଇ ୯ ସର୍ବ ଭାରତୀୟ ଧର୍ମ ଘଟ କୁ ସମର୍ଥନ….

କଟକ(ସଂଜୟ ଶତପଥୀ)୭/୭/୨୫: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ଜୁଲାଇ ୯ ସର୍ବ ଭାରତୀୟ ଧର୍ମ ଘଟ କୁ ସମର୍ଥନ କରିଛି।
ଶ୍ରମିକ କୃଷକ ଙ୍କ ଦାବି କୁ ସମର୍ଥନ କରି ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, କୃଷକ ମାନଙ୍କୁ ଉତ୍ପାଦନ ର ସର୍ବ ନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା, ସର୍ବ ନିମ୍ନ ମାସିକ ପେନସନ ୯୦୦୦ ,ଓପିଏସ ପୁନଃ ଲାଗୁ କରିବା, ଯୁବକଙ୍କୁ ନିଯୁକ୍ତି, ସର୍ବ ନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା, ସ୍କିମ କର୍ମଚାରୀ ମାନଙ୍କୁ ଶ୍ରମିକ ର ମାନ୍ୟତା ପ୍ରଦାନ ଇତ୍ୟାଦି ଦାବି କରି ଏବଂ ଉଠା ଦୋକାନୀ ଙ୍କୁ ଭେଣ୍ଡି ଜୋନ ଯୋଗାଇ ଦେବା,ଓ
ଦରଦାମ୍ ବୃଦ୍ଧି ପ୍ରତିବାଦରେ କଟକ ଜିଲ୍ଲା ର ପ୍ରତି ବ୍ଲକ୍ ରେ କେନ୍ଦ୍ରୀୟ କାର୍ଯ୍ୟାଳୟ ,ବ୍ୟାଙ୍କ,ବୀମା, କଳ କାରଖାନା ସମ୍ମୁଖରେ ପାର୍ଟି କର୍ମୀ
ମାନେ ଶ୍ରମିକ ସଂଗଠନ ସହ ମିଳିତ ଭାବେ ବିକ୍ଷୋଭ ପିକେଟିଙ୍ଗ୍ କରିବେ ବୋଲି‌ ପାର୍ଟି ପକ୍ଷରୁ ଆହ୍ବାନ ଦିଆଯାଇଛି।ମାହାଙ୍ଗା, ନିଶ୍ଚିତ କୋଇଲି, କଟକ ନଗର,ଆଠଗଡ଼, ଜଗତପୁର, ନିଆଳି, ସାଲେପୁର ଆଦି ସ୍ଥାନରେ, ଧର୍ମ ଘଟ କୁ ସଫଳ କରିବାକୁ ପାର୍ଟି ର ସମ୍ପାଦକ ବିନୋଦ ବେହେରା,ସହ ସମ୍ପାଦକ ଉଦୟ କେଶରୀ ବର୍ମା,ନଗର ସଂପାଦକ ପ୍ରସନ୍ନ ମହାପାତ୍ର, ହରିହର ମହାନ୍ତି,କଣ୍ଡୁରି ପାତ୍ର, ଆଦିକନ୍ଦ ମଲ୍ଲିକ, ଅମରେନ୍ଦୁ ମହାନ୍ତି,ଗୋବିନ୍ଦ ଚନ୍ଦ୍ର ନାୟକ, ହିମାଂଶୁ ଭୂୟାଁ, ସୁନାକର ବରାଳ, ଭବାନୀଶଙ୍କର ଦୀକ୍ଷିତ,ସୈ।ଦାମିନୀ ଦାଶ,ଅଜୟ ସାମନ୍ତରାୟ ପ୍ରମୁଖଙ୍କ ପକ୍ଷରୁ ଏକ
ପ୍ରେସ ବାର୍ତ୍ତା ରେ ପ୍ରକାଶ କରାଯାଇଛି।

ସେୟାର କରନ୍ତୁ

Next Post

ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବକଳେବର କାର୍ଯ୍ୟାଳୟ ଲୋକାର୍ପିତ...

Sat Jul 12 , 2025
ବରଗଡ଼୧୨/୦୭(ନବୀନ କୁମାର୍ ଦାଶ):ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନବ କଳେବର ଅଫିସ ଗୃହ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଙ୍କ କରକମଳ ରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଲ୍ପନା ମାଝୀ, ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହା ସଂଘ ସଭାପତି ପ୍ର: ଟହଲୁ ସାହୁ,ବରଗଡ଼ ସଂଘ ସଭାପତି ପ୍ରମୋଦ ଝାଙ୍କର,ସଂପାଦକ ଗୋବିନ୍ଦ ଦାଶ,ଉପ ସଭାପତି ନିର୍ମଳ କିଶୋର କର ମଞ୍ଚାସୀନ […]

You May Like

Pin It on Pinterest