ବରଗଡ,ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର…

ବରଗଡ଼/ପଦ୍ମପୁର୧୪/୦୭(ନବୀନ କୁମାର ଦାଶ): ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି।

ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ଵାନ,ପଦ୍ମପୁର ଗୋଷ୍ଠୀ ଉନ୍ନ ୟନ ଅଧିକାରୀ ମନୋଜ ଦେବତା,ଜିଲ୍ଲା ମୁଖ୍ୟ ଚିକିତ୍ସାଧି କାରୀ କୁବେର ମହନ୍ତ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି,ଉକ୍ତ ଶିବିରରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା,ରାସ୍ତା ନିର୍ମାଣ,କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୪୬ ଗୋଟି ଅଭିଯୋଗ ମଧ୍ୟରୁ ୩୩ ଗୋଟି ବ୍ୟକ୍ତିଗତ,୧୩ ଗୋଟି ସାମୁହିକ ଅଭିଯୋଗ ଏବଂ ୧ ଗୋଟି ରେଡକ୍ରସ୍ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭା ଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେୟାର କରନ୍ତୁ

Next Post

ପୀଡିତା ସୌମ୍ୟଶ୍ରୀଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ମହାନଦୀ ବିହାର ରେ ସମୂହ ଦୀପଦାନ ଓ ମହମବତୀ ଶୋଭାଯାତ୍ରା....

Mon Jul 14 , 2025
କଟକ(ସଂଜୟ ଶତପଥୀ)୧୪।୦୭: ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶୀ ଉକ୍ତ ଅନୁଷ୍ଠାନର ଶିକ୍ଷକଙ୍କ ଦ୍ଵାରା ନିର୍ଯାତିତା ହେବା ଫଳରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଦେଶକୁ ବ୍ୟଥୀତ କରିପକାଇଛି । ବର୍ତ୍ତମାନ୍ ଛାତ୍ରୀଙ୍କ ଶରୀରର ବହୁ ଅଂଶ ଗଭୀର ଭାବେ ପୋଡ଼ି ଯାଇଥିବାରୁ ସେ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା […]

You May Like

Pin It on Pinterest