୧-ଆରୋଗ୍ୟ ସେତୁ ଆପ ରେ ବ୍ୟକ୍ତିଗତ ସୂଚନା ଚୋରି। କେବଳ ପ୍ଲେ ଷ୍ଟୋର ରୁ ଡାଉନଲୋଡ଼ କରିବାକୁ କହିଲେ ପୋଲିସ କମିଶନର। ଯଦି ଅନ୍ୟ କୌଣସି ସୂତ୍ରରୁ ଆପ କୁ ବ୍ୟବହାର କରୁଥିଲେ ତେବେ ଫୋନ କୁ ଫ୍ୟାକ୍ଟ୍ରି ରିସେତ କରିବାକୁ କୁହାଯାଇଛି।
୨-ଭାରତରେ ଗତ ୨୪ ଘଣ୍ଟାରେ ୩୫୮୨ covid-19 ରୋଗୀ ଚିହ୍ନଟ। ୨୪ ଘଣ୍ଟାରେ 1192 ରୋଗୀ ଆରୋଗ୍ୟ।
୩-ଆଜି ଓଡିଶା ରେ ଗୋଟିଏ ଦିନରେ ନୂଆ ୨୦ ଜଣ covid-19 ରୋଗୀ ଚିହ୍ନଟ। ଏହି ରୋଗୀ ମାନଙ୍କ ମଧ୍ୟରୁ ୧୭ ଜଣ ଗଂଜାମ ଜିଲ୍ଲାର ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାର। ମୟୁରଭଞ୍ଜ ଜିଲ୍ଲା କୁ ଛୁଇଁଲା covid-19। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୦୫ ରେ ପହଁଚିଲା।
୪-କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ମିଳିବନି ସରକାରୀ ସୁବିଧା । ଯିଏ ବିଶୃଙ୍ଖଳା କରିବ ସିଏ ଅନ୍ୟ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ ହେବ । ମହାମାରୀ ମୁକାବିଲା ପାଇଁ ୧୨ ହଜାର ସେଣ୍ଟର, ୫ ଲକ୍ଷ ଶଯ୍ୟା ପ୍ରସ୍ତୁତ କରି ଓଡିଶା ଦେଶର ପ୍ରଥମ।

୫-ଜଗତସିଂହପୁରକୁ ଛୁଇଁଲା କରୋନା:ପ୍ରଥମ ଥର ପାଇଁ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତେ ସୁରତ ଫେରନ୍ତା । ୪ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ପରିବାରର ୩ ପଜିଟିଭ।
୬-କଟକ:ଲକ୍ ଡାଉନ୍ ରେ ବଢୁଛି ଘରୋଇ ହିଂସା: ନିର୍ଯାତନା ଅଭିଯୋଗ ଆଣିଲେ ୧୯୮୧ ମହିଳା।
୭-କେନ୍ଦ୍ରାପଡ଼ାକୁ ଫେରିଲା କରୋନା:ବିରତି ପରେ ପୁଣି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ବର୍ଷୀୟ ବୃଦ୍ଧଙ୍କ ନମୂନା ଆସିଲା ପଜିଟିଭ୍, କୋଲକାତା ଫେରନ୍ତା ବୋଲି ତଥ୍ୟ ଦେଲେ ସରକାର ।
୮-ଆଜିଠୁ ଖୋଲିବ ବିଶ୍ବବିଦ୍ୟାଳୟ:୩୦%କର୍ମଚାରୀଙ୍କୁ ନେଇ ହେବ କାମ,କୋଭିଡ-୧୯ ନିୟମ ପାଳିବାକୁ ନିର୍ଦ୍ଦେଶ।
୯-ଓଡ଼ିଶାରେ ଆଜି ପହଞ୍ଚିବ ୪ଟି ଟ୍ରେନ, ଆସୁଛନ୍ତି ୪୬୨୭ ପ୍ରବାସୀ।
୧୦-ପାଣିପାଗ ବିଭାଗର ପୂର୍ବାନୁମାନ:ଲଘୁଚାପ ଦୁର୍ବଳ, କିନ୍ତୁ ଲାଗି ରହିବ କାଳବୈଶାଖୀ।
୧୧-ମୋଦିଙ୍କୁ ଅବଗତ କଲେ ବିଶେଷଜ୍ଞ,୩୦ରୁ ଅଧିକ କରୋନା ଟିକା ପ୍ରସ୍ତୁତ ଚାଲିଛି।
୧୨-ଜମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା । ଏନକାଉଣ୍ଟରରେ ନିପାତ ହେଲା ହିଜବୁଲ ମୁଜାହିଦିନ ଆତଙ୍କୀ ରିଆଜ୍ ନାଇକୁ, ବୁରହାନ ୱାନି ପରେ ହିଜବୁଲ ମୁଜାହିଦିନର ଥିଲା ଘାଟି ମୁଖ୍ୟ ।
୧୩-ଏଥର ପିଜି ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା:କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା।
୧୪-ଆରମ୍ଭ ହେଲା ବିଶ୍ୱର ସବୁଠୁ ବଡ଼ ଘର ବାହୁଡ଼ା ଅଭିଯାନ ‘ବନ୍ଦେ ଭାରତ ମିଶନ’,୧୨ ଦେଶରୁ ୧୫ ହଜାର ଭାରତୀୟଙ୍କୁ କରାଯିବ ଏୟାର ଲିଫ୍ଟ।
