ଅବହେଳିତ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଜିଲ୍ଲାପାଳ..

ବରଗଡ଼୧୯/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ମଧ୍ୟ ଦେଇ ଭେଦ କରି ଯାଇଥିବାବେଳେ ଚାରି ଥାକିଆ ବରଗଡ଼-ସମ୍ବଲପୁର ୱେ ଅତାବିରା ରେ ରହିଛି ଏନ୍ଏସି ତଥା ବ୍ଲକ ସହ ରାଜରାସ୍ତା ଲକ୍ଷାଧିକ ଲୋକଙ୍କ ଏକ ମାତ୍ର ନିର୍ଭର ଶୀଳ, ତଥା ଲୋକଙ୍କ ପ୍ରାଣ କେନ୍ଦ୍ର ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର।ଏହି ସ୍ବାସ୍ଥ୍ୟ କେନ୍ଦ୍ର ଟି ଅଞ୍ଚଳରେ ରେଫର୍ ଡାକ୍ତର ଖାନା ଭାବେ ବେଶ୍ ପରିଚିତ।

ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି କିଛି ଘଟଣା ଦୁର୍ଘଟଣା ହେଉ ସବୁ ବରଗଡ଼ ଜିଲ୍ଲା ଡାକ୍ତରଖାନା ହେଉ କି ବୁର୍ଲା ବଡ ଡ଼ାକ୍ତରଖାନା କୁ ପଠାଇ(ରେଫର୍)ଦିଆଯାଉଥିବାନଜିର ରହିଛି।କେବଳ ସେତିକି ନୁହେଁ ସ୍ପେଶଲିଷ୍ଟ ଡାକ୍ତର ଅଭାବ ଓ ଅଞ୍ଚଳ ପାଇଁ ମୁଖ୍ୟ ଦାୟିତ୍ଵ ନିର୍ବାହ କରୁଥିବା ସ୍ବାସ୍ଥ୍ୟ କେନ୍ଦ୍ର ର କିଛି ସରକାରୀଆ ବାବୁ ମାନଙ୍କ ଅବହେଳା ଯୋଗୁଁ ଲୋକ ଙ୍କ ମୂଲ୍ୟବାନ ଜୀବନ ବଳି ପଡ଼ି ସାରିଛି।ଯାହା ଆଜି ଅଚାନକ ଭାବରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ପରିଦର୍ଶନରେ ଆସି ସ୍ବାସ୍ଥ୍ୟ କେନ୍ଦ୍ର ରେ ରହିଥିବା ଦକ୍ଷଶୀଲ ଅଧିକାରୀ ଓ କର୍ମ ଚାରୀ ମାନଙ୍କୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ସହ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସ୍ଥାନକୁ ଯାଇ ପଚରାବୁଝା କରି କିଭଳି ଭାବେ ରୋଗୀ ସେବା ଅଧିକ ରୁ ଅଧିକ ସେ ନେଇ ଆଲୋଚନା କରିଥିବା ବେଳେ ଇତି ମଧ୍ୟରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଅଳିଆ ଆବର୍ଜନା ପାଇଁ ପୂର୍ବରୁ ସୂଚିତ ହୋଇ ଏନ୍ଏସି ଦ୍ଵାରା କରାଯିବ ବୋଲି କହିଥିଲେ।

ସେହିଭଳି ସ୍ବାସ୍ଥ୍ୟ କେନ୍ଦ୍ର ର ଅବହେଳା ଯୋଗୁଁ ଗତ ୧୯ଡିସେମ୍ବର ୨୦୨୪ ସନ୍ଧ୍ୟା ସମୟରେ ବିଷାକ୍ତ ସାପ କାମୁଡା ରେ ସ୍ଥାନୀୟ ଅଞ୍ଚଳ ର ଜଣେ ଖୁଚୁରା ବେପାରୀଙ୍କ ଜୀବନ ଟଳି ପଡ଼ିଥିଲା। ଅଭିଯୋଗ କ୍ରମେ ଜିଲ୍ଲା ସ୍ତରୀୟ କମିଟି ଗଠନ ହୋଇ ଦୀର୍ଘ ସାତ ମାସ ବିତି ଯାଇଥିଲେ ସୁଦ୍ଧା ଏଯାବତ୍ ତଦନ୍ତ ରେ କେଉଁଠି ନା କେଉଁଠି କିଛି ସରକାରୀଆ ବାବୁ ମାନଙ୍କ କିଛି ଟା ସ୍ବାର୍ଥ ଲାଳସା ଯୋଗୁଁ ତଦନ୍ତ ତଦନ୍ତ ରେ ରହି ଯାଇଥିବା ବେଳେ ଜିଲ୍ଲାପାଳ ଙ୍କ ପ୍ରତି ଉତ୍ତର ସ୍ୱରୂପ ସତେ ଯେମିତି କିଛି ନଜାଣିଲା ଭଳି ।

୧୯ଡିସେମ୍ବର ୨୦୨୪ ରେ ସ୍ବାସ୍ଥ୍ୟ କେନ୍ଦ୍ର ର ଅବହେଳା ଯୋଗୁଁ ସାପ କାମୁଡ଼ାରେ ଯାଇଥିବା ନୀରିହ ଜୀବନ ପାଇଁ ହଁ ଦେଖିଦେବା କହି ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଚାଲିଯାଇ ଥିଲେ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଆଉ କେତେ ମାସ ବିତିଲେ ସାପ କାମୁଡ଼ାରେ ଟଳି ପଡ଼ିଥିବା ନୀରିହ ଜୀବନ ର ତଦନ୍ତ ସରି ନ୍ୟାୟ ପାଇବ ନା ଆଜି ଦିନ ଭଳି ଅବହେଳିତ ବାବୁ ମାନଙ୍କୁ ଘଣ୍ଟ ଘୋଡ଼ାଯିବ।

ସେୟାର କରନ୍ତୁ

Next Post

ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ....

Sun Jul 20 , 2025
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାସ୍ବତୀ ଦାଶଙ୍କ ସଭାପତିତ୍ବରେ ଏକ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ରୋଟ୍ରାକ୍ଟ କ୍ଲବ ର ସଭାପତି ମିସ୍ ରୋଜାଲିନ ଦାଶ ଅଙ୍ଗ ଦାନର ଗୁରୁତ୍ବ ବିଷୟରେ ସୂଚିତ କରିବା ସହିତ ଏ ବିଷୟ କୁ ନେଇ ପ୍ରଚଳିତ ମିଥ୍ୟା ଏବଂ ଅନ୍ଧବିଶ୍ୱାସ କୁ ଦୂର କରିବା ପାଇଁ ସତେତନାତ୍ମକ ପ୍ରୟାସକୁ ଜାରି […]

You May Like

Pin It on Pinterest