
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାସ୍ବତୀ ଦାଶଙ୍କ ସଭାପତିତ୍ବରେ ଏକ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ରୋଟ୍ରାକ୍ଟ କ୍ଲବ ର ସଭାପତି ମିସ୍ ରୋଜାଲିନ ଦାଶ ଅଙ୍ଗ ଦାନର ଗୁରୁତ୍ବ ବିଷୟରେ ସୂଚିତ କରିବା ସହିତ ଏ ବିଷୟ କୁ ନେଇ ପ୍ରଚଳିତ ମିଥ୍ୟା ଏବଂ ଅନ୍ଧବିଶ୍ୱାସ କୁ ଦୂର କରିବା ପାଇଁ ସତେତନାତ୍ମକ ପ୍ରୟାସକୁ ଜାରି ରଖିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ।
ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଅଙ୍ଗ ଦାନ କରିବା ପାଇଁ ଆଗେଇ ଆସିବା ଉଚିିତ ବୋଲି ମିସ୍ ଦାଶ ପିଲା ମାନଙ୍କୁ ପ୍ରେରଣା ଦେଇଥିଲେ।ଏହିପରି କାର୍ଯ୍ୟକ୍ରମ କରି ଆଜିକାର ଛାତ୍ର ମାନଙ୍କୁ ସଚେ ତନ କରାଇବା ପ୍ରୟାସ କରିଥିବା ରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶଙ୍କୁ ପ୍ରଶଂସା ର ଶୂଅ ଛୁଟୁଛି।ସମସ୍ତ ସ୍କୁଲ ଏବଂ ସଂସ୍ଥା ଏହି ପରି କାର୍ଯ୍ୟକ୍ରମ ଆୟୋଜନ କଲେ ଲୋକେ ସଚେତନ ହୋଇ ପାରିବେ ବୋଲି ବରିଷ୍ଠ ଶିକ୍ଷକ ସୁରେଶ ଦାଶ ପ୍ରକାଶ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଦୁଷ୍ମନ୍ତ ଭୁଏ, ହରିଶ ପାତ୍ର ଏବଂ ଭରତ ମେହେର ଉପସ୍ଥିତ ରହି ଏହି ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।ମୁଖ୍ୟ ଅତିଥି ଏବଂ ଅଂଶ ଗ୍ରହଣ କାରୀ ଛାତ୍ର ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ଏହି ସଚେତନତା ଅଧି ବେଶନ ସମାପ୍ତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଜର୍ଜ ହାଇସ୍କୁଲର ଛାତ୍ର,ଶିକ୍ଷକ ଏବଂ କର୍ମଚାରୀଙ୍କ ମଧ୍ୟରେ ଅଙ୍ଗଦାନ ବିଷୟରେ ଏକ ଉତ୍ତମ ବୁଝାମଣାକୁ ସଫଳତାର ସହ ପ୍ରୋତ୍ସାହିତ କରିଥିଲା।ପରି ଶେଷରେ ଶିକ୍ଷକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।