ପୋଲିସ ପରିଚୟ ପତ୍ର ବିଳମ୍ବ ନେଇ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ…

ବରଗଡ଼୧୯.୦୭(ନବୀନ କୁମାର ଦାଶ):ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ପ୍ରମୁଖ କର୍ମକର୍ତ୍ତା ଆଜି ବରଗଡ଼ ପୋଲିସ ଏସ.ପି ପ୍ରହଲ୍ଲାଦ ସହାୟ ମିନା ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଦୀର୍ଘ ୨୦୧୯ କରୋନା ସମୟରୁ ଅଧିକାଂଶ ଥାନl ରେ ପୋଲିସ ପରିଚୟ ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ ର ପ୍ରତିବାଦ ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ ଏବଂ ଜିଲ୍ଲା ର ଆଇନ ସୃଶୁଙ୍ଖଳା ସହ ସାଇ ବର ଠକେଇ ତଥା ଘରୋଇ ନିର୍ଯାତନା ଭୋଗୁଥିବା ବରିଷ୍ଠ ଙ୍କ ସମସ୍ୟା କୁ ଜଣାଇବାରୁ ତୁରନ୍ତ ପଦକ୍ଷେପ ନେବା ସହ ଖୁବ ଶୀଘ୍ର ପୋଲିସ ପରିଚୟ ପତ୍ର ପ୍ରଦାନ ଏବଂ ଏକ କର୍ମଶାଳା କରିବାକୁ ରାଜି ହୋଇ ଥିଲେ।

ଏହି ପ୍ରତିନିଧି ମଣ୍ଡଳୀରେ ସଭlପତି ପ୍ରମୋଦ ଝାଙ୍କର,ସଂଗଠବ ସମ୍ପାଦକ କେଦାର ମିଶ୍ର,ଉପଦେଷ୍ଟା ଭାରତ ଭୂଷଣ ଦାଶ,ସମ୍ପାଦକ ଗୋବିନ୍ଦ ଦାଶ,ବରିଷ୍ଠ ସାମ୍ବାଦିକ ତଥା ପଶ୍ଚିମ ଓଡିଶା ମହାସଂଘ ର ଉପଦେଷ୍ଟା ରକ୍ଷାକାରୀ ବିଶି, ସମ୍ପାଦକ କାହ୍ନୁ ଚରଣ ପୃଷ୍ଟି ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।

ସେୟାର କରନ୍ତୁ

Next Post

ଆସନ୍ତା ୨୩ରୁ ପ୍ରବଳ ବୃଷ୍ଟିପାତ: ବଜ୍ରପାତ ସତର୍କତା……

Sun Jul 20 , 2025
ଭୁବନେଶ୍ବର(ନି.ପ୍ର) : ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାଇ ମୌସୁମୀ ଦୁର୍ବଳ ଥିବାରୁ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପର ପ୍ରତିକ୍ରିୟାଶୀଳତା ବୃଦ୍ଧି ଯୋଗୁ ରାଜ୍ୟରେ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଶନିବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ବାଲେଶ୍ବର, ଭୁବନେଶ୍ବର, ପାରାଦ୍ବୀପ, ଅନୁଗୋଳ, ଝାରସୁଗୁଡ଼ା, କେନ୍ଦୁଝର, ହୀରାକୁଦ, ଭବାନୀପାଟଣା, ଟିଟିଲାଗଡ଼, ମାଲକାନଗିରି, ବରଗଡ଼, ଦେବଗଡ଼, ନୂଆପଡ଼ା, […]

You May Like

Pin It on Pinterest