ଧାଙ୍ଗେର ଉଚ୍ଚ ବିଦ୍ୟାଳୟ ରେ କିରାଣୀ,ଖେଳ ଶିକ୍ଷକ,ପିଅନ ଓ ସୁଇପର ପଦବୀ ପୂରଣ କରିବାକୁ ଆମ୍ ଆଦମୀ ପାର୍ଟି ର ଦାବୀ…

ବରଗଡ଼୨୫/୦୭(ନବୀନ କୁମାର ଦାଶ):ବିଜେପି ସରକାର ଶିକ୍ଷା କୁ ପ୍ରାଧାନ୍ୟ ଦେଉଥିବା କହୁଥିବା ବେଳେ ବରଗଡ଼ ଉପକଣ୍ଠ ଧାଙ୍ଗେର ପଂଚାୟତ ଅଧୀନ ଧାଙ୍ଗେର ହାଇସ୍କୁଲ ରେ ଦେଖିବା କୁ ମିଳିଛି ଅନେକ ଅବ୍ୟବସ୍ଥା ଏହାକୁ ନେଇ ଆମ୍ ଆଦମୀ ପାର୍ଟି ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି।

ଧାଙ୍ଗେର ଉଚ୍ଚ ବିଦ୍ୟାଳୟ ରେ ବର୍ତମାନ କୌଣସି କ୍ଲର୍କ ନାହାନ୍ତି, ଯେଉଁ ବ୍ୟକ୍ତି କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ ତାଙ୍କୁ ଅନ୍ୟତ୍ର ପଠାଇ ଦେଇଛନ୍ତି ଗଲା ବର୍ଷ ହେଲା କିନ୍ତୁ ସେ ବ୍ୟକ୍ତି ଜଣକ ଧାଙ୍ଗେର ହାଇସ୍କୁଲ ର କର୍ମଚାରୀ ହିସାବରେ ଦରମା ଓ ଅନ୍ୟାନ ସୁବିଧା ପାଇ ଚାଲିଛନ୍ତି ପ୍ରକୃତ ରେ ଏହି ସ୍କୁଲରେ କେହି କିରାଣୀ ନଥିବାରୁ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି ତେଣୁ କୌଣସି ନୂଆ ଲୋକଙ୍କୁ ନିଯୁକ୍ତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି।

ସେହିପରି ଏହି ହାଇସ୍କୁଲରେ ଖେଳ ଶିକ୍ଷକ ନଥିବା ରୁ କ୍ରୀଡା ଉପରେ ପିଲାଙ୍କ ରୁଚି କମି କମି ଯାଉଛି ତେଣୁ ଜଣେ ଖେଳ ଶିକ୍ଷକ ନିଯୁକ୍ତ କରିବାକୁ ଦାବୀ କରିଛି ଆପ୍। ସେହିପରି ସ୍କୁଲ ର ସଠିକ ପରିଚାଳନା ନିମନ୍ତେ ଜଣେ ପିଅନ ଓ ଜଣେ ସୁଇପର ଯୋଗାଇ ଦେବାକୁ ଆପ୍ ଧାଙ୍ଗେର ପଂଚାୟତ ସଂଯୋଜକ ମିଲୁ ନାଗ ଅନୁରୋଧ କରିଛନ୍ତି।

ସେୟାର କରନ୍ତୁ

Next Post

କଟକ ଜିପିଓ ଠାରେ ସର୍ବଭାରତୀୟ ସିଭିଲ ପେନସନର ଫୋରମ ଆହ୍ବାନରେ ସଙ୍ଗଠିତ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ...

Fri Jul 25 , 2025
କଟକ(ସଂଜୟ ଶତପଥୀ): ପେନସନ ଅଭିବୃଦ୍ଧି ବନ୍ଦ କରିବାକୁ ସଂଶୋଧିତ ନିୟମର ପ୍ରତ୍ୟାହାର ଓ ୮ମ ବେତନ କମିଶନ ବିଧିବଦ୍ଧ ଭାବେ ବସାଇ ଟର୍ମ ଏଣ୍ଡ ରେଫେରେନ୍ସ ଘୋଷଣା କରିବା ଦାବିରେ ଆଜି ,କଟକ ଜିପିଓ ଠାରେ ସର୍ବଭାରତୀୟ ସିଭିଲ ପେନସନର ଫୋରମ ଆହ୍ବାନରେ ସଙ୍ଗଠିତ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ କର୍ମଚାରୀ ନେତା ତଥା ସିଭିଲ ପେନସନର ଫୋରମର ରାଜ୍ୟ ଆବାହକ ରବିନ୍ଦ୍ର ନାଥ ଧଳ […]

You May Like

Pin It on Pinterest