ବିଜେପିରେ ଯୋଗ ଦେଲେ ଚାନ୍ଦବାଲୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ନାନ୍ଦପୁର ବ୍ଲକର ନିର୍ବାଚିତ ଜନପ୍ରତିନିଧି

 ବିଜେଡି ସମର୍ଥିତ ସରପଂଚଙ୍କ ସମେତ ଅନେକ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ
 ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ
 ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ
 ରାଜ୍ୟ ସରକାରଙ୍କ ଜନାଭୀମୁଖୀ କାର୍ଯ୍ୟ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଇଚାଲିଛି : ମନମୋହନ ସାମଲ

ଭୁବନେଶ୍ୱର(ନି.ପ୍ର)୨୭/୦୭: ରାଜ୍ୟ ସରକାରଙ୍କ ଜନାଭୀମୁଖୀ କାର୍ଯ୍ୟ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଇଚାଲିଛି । ଅନ୍ୟ ପଟେ ବିଜେଡି ଏବଂ କଂଗ୍ରେସର ଜନାଧାର ଆହୁରି ହ୍ରାସ ପାଇବାକୁ ଲାଗିଛି । ଏପରିକି ଦଳୀୟ କର୍ମୀମାନେ ମଧ୍ୟ ଆସ୍ଥା ହରାଉଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ହେଉଛି ଏହାର ଏକ ପ୍ରତିଫଳନ ।

ଆଜିର ମିଶ୍ରଣ ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି କହିବା ସହିତ ସ୍ଥାନୀୟ ପଂଚାୟତର ମୈାଳିକ ସମସ୍ୟାର ସମାଧାନ ଓ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।

ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । । ବିଜେଡି ଉପରୁ ଆସ୍ଥା ହରାଇ ଚାନ୍ଦବାଲୀ ନିର୍ବାଚନମଣ୍ଡଳୀର ଅନେକ ବିଜେଡି ନେତୃବୃନ୍ଦ ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି ।

ଚାନ୍ଦବାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାନ୍ଦପୁର ଗ୍ରାମ ପଂଚାୟତର ସରପଂଚ ଶାରଳା ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଗଣେଷ ବିଶ୍ୱାଳ, ଓ୍‌ôାର୍ଡ ମେମ୍ବର ରଂଜନ ପଣ୍ଡା, ବାବାଜୀ ଚରଣ ସେଠୀ, ଅମୁଲ୍ୟ ଦାସ, କୃଷ୍ଣ ଓଝା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ବିଞ୍ଝାଲ ସମାଜ ରାଜ୍ୟ ମହିଳା ସଂଘ ସାଂଗଠାନିକ ସଚେତନ ସଭା...

Mon Jul 28 , 2025
ଵରଗଡ଼୨୭/୦୭(ନବୀନ କୁମାର ଦାଶ):ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ସଭା ଗୃହ ଠାରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ରାଜ୍ୟ ମହିଳା ସଂଘ ପକ୍ଷରୁ ଏକ ସାଂଗଠାନିକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ମୂଖ୍ୟ ସଂଯୋଜକ ଚନ୍ଦ୍ର ଶେଖର ବାଗ ଙ୍କ ଆବାହକତ୍ତ୍ୱବଧାନରେ ଓ ସଭାନେତ୍ରୀ ବାୟୁଶ୍ରୀ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ଅଧ୍ୟାପିକା ଝରଣା ବିଶ୍ଵାଳ,ସର୍ବ ଭାରତୀୟ […]

You May Like

Pin It on Pinterest