ଧୁବେନପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼୨୭/୦୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଏଁଲାପାଲି ପାଲି ପଂଚାୟତ ଧୁବେନପାଲି ଠାରେ ଧୁବେନପାଲି ଗ୍ରାମବାସୀ ଓ ଅମୃତ୍ କୁଟୁମ୍ ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବୀର ସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଡଃ ମନୋଜିତ ବୈଷ୍ଣବ,ଟେକନିସିଆନ ଦେବା ଷିଶ ମିଶ୍ର,ସନ୍ତୋଷ ଟାଡା,ଜନକ ବେହେରା,ପାଏନୁ ଭୋଇ ଓ ସଂଜୀବ ବେରା ପ୍ରମୁଖ ଭ୍ରାମ୍ୟ ମାଣ ଯାନ ଦ୍ଵାରା ରକ୍ତ ସଂଗ୍ରହ କରି ଥିଲେ।ଏହି ସମୟରେ ମୋଟ ଜଣେ ମହିଳା ସମେତ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରି ଥିଲେ।

ପ୍ରଥମେ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ସଂଯୋ ଜନା ରେ ସଭା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାନ ଦାଶ,ସମ୍ମାନିତ ଅତିଥି ଦେବାଶିଷ ମିଶ୍ର,ଅମୃତ କୁଟୁମ୍ ର ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ପାଢ଼ୀ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ତୁଷବନ୍ତ ବେହେରା,ପ୍ରକାଶ ଦାଶ,ଭୀମ ଦୁବସାଗର, ଶମ୍ଭୁପ୍ରସାଦ ପ୍ରଧାନ,ଭୀଷ୍ମ ସିଂ ଛନ୍ଦ, ଶେଷଦେବ କର୍ଣ୍ଣ, ସୂରଜ ବେହେରା,ପ୍ରହଲ୍ଲାଦ ମେହେର, ଗୋପୀ ମେହେର,ଗୁଲେଖ ଓ ଧୁବେନ ପାଲି ଗ୍ରାମବାସୀ ରକ୍ତ ଦାନ ଶିବିରକୁ ପରିଚାଳନା ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ବିକାଶ ଖୋଜି ଖୋଜି ଜୀବନ ନେବା ଅବସ୍ଥାରେ ରେଙ୍ଗାଲି କେମ୍ପ ଛକ ରୁ ଥୁଆପାଲି କେନାଲ ରାସ୍ତା...

Mon Jul 28 , 2025
ବରଗଡ଼୨୭/୦୭(ନବୀନ କୁମାର ଦାଶ):ଚାରିଆଡେ଼ ସରକାର ଙ୍କ ବିକାଶ ବେନର ପୋଷ୍ଟର ଠାରୁ ଆରମ୍ଭ କରି କାନ୍ଥ ବାଡ଼ ସବୁଠି।କାର୍ଯ୍ୟ ମଧ୍ୟ ହୋଇଛି ଏବଂ ଡବଲ ଇଞ୍ଜିନ ସରକାର ଙ୍କ ଶାସନ କାଳ ରେ ବିକଶିତ ଗାଁ ବିକଶିତ ଓଡ଼ିଶା କିଞ୍ଚିତ ଉଦାହରଣ ସ୍ୱରୂପ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା ରୁ ଭେଡେନ ବ୍ଲକ୍ କୁ ସଂଯୋଗ କରୁଥିବା ତଥା ରାତି ପାହିଲେ ହଜାର ହଜାର ଗାଡ଼ି ମଟର […]

You May Like

Breaking News

Pin It on Pinterest