ବିକାଶ ଖୋଜି ଖୋଜି ଜୀବନ ନେବା ଅବସ୍ଥାରେ ରେଙ୍ଗାଲି କେମ୍ପ ଛକ ରୁ ଥୁଆପାଲି କେନାଲ ରାସ୍ତା…

ବରଗଡ଼୨୭/୦୭(ନବୀନ କୁମାର ଦାଶ):ଚାରିଆଡେ଼ ସରକାର ଙ୍କ ବିକାଶ ବେନର ପୋଷ୍ଟର ଠାରୁ ଆରମ୍ଭ କରି କାନ୍ଥ ବାଡ଼ ସବୁଠି।କାର୍ଯ୍ୟ ମଧ୍ୟ ହୋଇଛି ଏବଂ ଡବଲ ଇଞ୍ଜିନ ସରକାର ଙ୍କ ଶାସନ କାଳ ରେ ବିକଶିତ ଗାଁ ବିକଶିତ ଓଡ଼ିଶା କିଞ୍ଚିତ ଉଦାହରଣ ସ୍ୱରୂପ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା ରୁ ଭେଡେନ ବ୍ଲକ୍ କୁ ସଂଯୋଗ କରୁଥିବା ତଥା ରାତି ପାହିଲେ ହଜାର ହଜାର ଗାଡ଼ି ମଟର ସହ ଲୋକ ତଥା ସ୍କୁଲ କଲେଜ୍ ପିଲାଙ୍କ ଯାତାୟାତ କରୁଥିବା ଏକମାତ୍ର ମୁଖ୍ୟ ରାସ୍ତା ରେଙ୍ଗାଲି କେମ୍ପ ଛକ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର -ବରଗଡ଼ ୱେ ରୁ ଥୁଆପାଲି ପାଣି କାଦୁଅ ପିଚୁ କଂକ୍ରିଟ ଅବହେଳିତ କେନାଲ ରାସ୍ତା।

ଯାହା ଏବେ ଯିବାଆସିବା ଲୋକଙ୍କ ପାଇଁ ଅଭିଶାପ ପାଲଟି ନିଇତି ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଦୁର୍ଘଟଣା ଘଟିବା ସୁନିଶ୍ଚିତ ହୋଇଛି।ରାସ୍ତା ର ଗୋଟିଏ ପାର୍ଶ୍ୱରେ କେନାଲ ଓ ଅନ୍ୟ ପାର୍ଶ୍ବ ରେ ଖାଲୁଆ ବିଲ ବାଡ଼ି ସହ ରାସ୍ତା ଦୁଇ କଡ ର ବଡ ବଡ ପାଣି କାଦୁଅ ଖାଲ ଖମା ମରଣ ଯନ୍ତା ରାସ୍ତା।ଏହି ରାସ୍ତା ଟି ଦୀର୍ଘ ଦିନ ହେବ ଅବହେଳିତ ହୋଇ ବିକାଶ ଖୋଜି ଖୋଜି ଜୀବନ ନେବା ଅବସ୍ଥାରେ ଅନାଇ ରହିଛି।୨୪ବର୍ଷ ଶାସନରେ ନିର୍ବାଚନ ମଣ୍ଡଳୀ ରେ ଚାରି ଆଡ଼େ ରାସ୍ତା ଘାଟ ଠାରୁ ଆରମ୍ଭ କରି କୋଠା ବାଡ଼ି ଭଳି କେତେ ନାଇଁ କେତେ ବିକାଶ ବଡ ବଡ ବେନର୍ ପୋଷ୍ଟର ଲାଗି ବହୁ ସ୍ଥାନରେ କାର୍ଯ୍ୟ ମଧ୍ୟ ହୋଇଛି।ଏହି ରାସ୍ତା ଦେଇ ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ୍ ରେ ରହିଥିବା ବିନ୍ଧ୍ୟ ବାସିନୀ ପୀଠ ଓ ପପଙ୍ଗା ପାହାଡ ଭଳି ଅଞ୍ଚଳର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀକୁ ଯିବାକୁ ହେଲେ ଥରେ ଚିନ୍ତା କରିବାକୁ ପଡୁଛି।ଏହି ବାଟ ଦେଇ ବିଭିନ୍ନ ସମୟରେ ଜିଲ୍ଲା ରୁ ବ୍ଲକ୍ ଓ ପଞ୍ଚାୟତ ର ଗାଆଁ ଗଣ୍ଡା କୁ ବଡ ବଡ ଦକ୍ଷଶୀଲ ଅଧିକାରୀ ମାନଙ୍କ ସହ ଜନ ପ୍ରତିନିଧି ମାନେ ଅନେକ ଜନ ହିତକର କାର୍ଯ୍ୟକ୍ରମ ମାନ ପାଇଁ ଯାତା ୟାତ କରି ଆସୁ ଥିଲେ ହେଁ ଏହି ରାସ୍ତା ର ଅବସ୍ଥା ବୋଧେ ତାଙ୍କ ଲକ୍ଜରି ଗାଡ଼ି ଭିତରୁ ଜଣା ପଡୁ ନାହିଁ କି ବୋଲି ସାଧାରଣ ରେ ବେଶ୍ ଚର୍ଚା ର ବିଷୟ ହୋଇଛି।ଏହି ରାସ୍ତା ର ଅବସ୍ଥା କଥା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ସହ ଟୁଇଟ ଦ୍ଵାରା ତଳୁ ଉପର ଯାଏଁ ସମସ୍ତ ଙ୍କୁ ରାସ୍ତା ଅବସ୍ଥା ଦୃଷ୍ଟି ଗୋଚର ହୋଇ ଆସିଥିଲେ ହେଁ ଯଥା ପୂର୍ବମ୍ ତଥା ପରମ୍ ଅବସ୍ଥା।

ଭଙ୍ଗା ଦଦରା କଂକ୍ରିଟ ସାଙ୍ଗକୁ ଖାଲଖମା ପିଚୁ ରାସ୍ତା ବହୁ ପୁରୁଣା ହେବା ସହ ସିମେଣ୍ଟ ଅତଡା ରାସ୍ତା ରେ ଲୋକେ ଯିବା ଆସିବା ପାଇଁ ଭୟ କରି ରାସ୍ତା ଟି ମରଣ ଯନ୍ତା ସାଜିଥିଲା।ଯାହା ୨୪ବର୍ଷ ର ସରକାର କୁ ତଳି ପକାଇ ଗୋଟିଏ ବର୍ଷ ହେବ ଭାରତୀୟ ଜନତା ପାର୍ଟି, ଲୋକଙ୍କ ସରକାର,ଡବଲ ଇଞ୍ଜିନ ସରକାର ଙ୍କ ଶାସନ କାଳରେ ରାସ୍ତା ର ଅବସ୍ଥା କୁ ଦେଖି କିଛି ଦିନ ପୂର୍ବରୁ ଭଙ୍ଗା ଦଦରା କଂକ୍ରିଟ ଓ ଖାଲଖମା ପିଚୁ ଉପରେ ପିଚୁ ଦେଇ ପୂର୍ତ୍ତ ବିଭାଗ ଦ୍ଵାରା ରିପିଆର୍ କରି ଲୋକଙ୍କ ଯିବା ଆସିବା କିଛି ମାତ୍ରାରେ ସ୍ଵାଭାବିକ ହୋଇଛି ସତ,ହେଲେ ଏବେ ବି ଏଇ ରାସ୍ତା ଜୀବନ ନେବା ଅବସ୍ଥାରେ ରାସ୍ତା ର ଦୁଇ ପାର୍ଶ୍ଵରେ ଆଣ୍ଠୁଏ ଲେଖାଏଁ ପାଣି କାଦୁଅ ଜମି ରହୁଛି।ଯଦ୍ୱାରା ଗୋଟିଏ ଗାଡ଼ି ଯିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ଅନ୍ୟ ଗାଡ଼ି ଟି ଯେ ପର୍ଯ୍ୟନ୍ତ ସାଇଡ ନଦେବ ସେ ପର୍ଯ୍ୟନ୍ତ ଗାଡ଼ି ଯିବା ଆସିବା ସ୍ଵାଭାବିକ ହୋଇ ପାରୁନାହିଁ।ସଂକୀର୍ଣ୍ଣ ରାସ୍ତା ରୁ ଗାଡ଼ି ସାଇଡ ଦେବା ପାଇଁ ଓହ୍ଲାଇ ଗାଡ଼ି ମାନ କେତେବେଳେ ଦୁର୍ଘଟଣା ଗ୍ରସ୍ତ ହେଉଛି ତ ଆଉ କେତେବେଳେ ବହୁ ସମୟ ଧରି ଗାଡ଼ି ସହ ଲୋକ ଅଟକି ରହିବାକୁ ପଡୁଛି।ଅନ୍ୟ ପଟେ ପାଣି କାଦୁଅ ରେ ଗାଡ଼ି ଫସି ରହି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତୁରନ୍ତ ଏଦିଗରେ ସରକାର ବାହାଦୁର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

ସେୟାର କରନ୍ତୁ

Next Post

କେନ୍ଦ୍ରାପଡ଼ା: ବିଶ୍ଵ ହେପାଟାଇଟିସ ଦିବସ ପାଳିତ

Tue Jul 29 , 2025
କେନ୍ଦ୍ରାପଡ଼ା(ନି.ପ୍ର)୨୮/୦୭:ଜିଲ୍ଲା ସ୍ଵାସ୍ଥ୍ୟ ସମିତି, କେନ୍ଦ୍ରାପଡା ତରଫରୁ ଆଜି ଅପରାହ୍ନରେ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ ୨୦୨୫ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ. ମନୋରଞ୍ଜନ ରାଉତ ପୌରହିତ୍ୟ କରିଥଲେ l ପାଞ୍ଚ ପ୍ରକାର ହେପାଟାଇଟିସ – ଏ, ବି, ସି, ଡି ଏବଂ ଇ ଉପରେ ଉପସ୍ଥିତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ […]

You May Like

Pin It on Pinterest