
କେନ୍ଦ୍ରାପଡ଼ା(ନି.ପ୍ର)୨୮/୦୭:ଜିଲ୍ଲା ସ୍ଵାସ୍ଥ୍ୟ ସମିତି, କେନ୍ଦ୍ରାପଡା ତରଫରୁ ଆଜି ଅପରାହ୍ନରେ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ ୨୦୨୫ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ. ମନୋରଞ୍ଜନ ରାଉତ ପୌରହିତ୍ୟ କରିଥଲେ l
ପାଞ୍ଚ ପ୍ରକାର ହେପାଟାଇଟିସ – ଏ, ବି, ସି, ଡି ଏବଂ ଇ ଉପରେ ଉପସ୍ଥିତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡ. ଶ୍ୟାମ ସୁନ୍ଦର ଟୁଡୁ, ଅତିରିକ୍ତ ଜିଲ୍ଳା ଜନ ସ୍ବାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ – ଡ. ସଚ୍ଚିଦାନନ୍ଦ ମିଶ୍ର, ଏଡିଏମ ଓ ମେଡ଼ିକାଲ ଡ. ପ୍ରମୋଦ କୁମାର୍ ପ୍ରହରାଜ, ଡିପିଏମ ମନୋରଂଜନ ସାହୁ, ଏପିଡେମିଓଲୋଜିଷ୍ଟ ଡ. ଅଶୋକ କୁମାର ସାହୁ, ଆକାଉଣ୍ଟସ୍ ଅଫିସର ଆଶୁତୋଷ ତ୍ରିପାଠୀ, ମାଇକ୍ରୋ ବାୟୋଲୋଜିଷ୍ଟ ବିଜେତା ନନ୍ଦ ଓ ସତ୍ୟନାରାୟଣ ସିଂହ,ଡିପିଏଚସିଓ ସତ୍ୟ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଆଲୋଚନା କରିଥିଲେ l
ଏ ଏନ ଏମ ଟ୍ରେନିଂ ସେଣ୍ଟର୍ ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା କରି ବିଜେତା ମାନଂକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ଟାଟୋ କରିବା ଦ୍ୱାରା ହେପାଟାଇଟିସ ମଧ୍ୟ ବ୍ୟାପିଥାଏ l ସେଥିପାଇଁ ଯୁବ ସମାଜ ଟାଟୋ ନକରିବା ପାଈଁ ପରାମର୍ଶ ଦିଆଯାଇଥିଲା l ଜନ୍ମ ସମୟରେ ହେପାଟାଇଟିସ ଟୀକା ପ୍ରଦାନ କରାଯାଉଛି l ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ମଧ୍ୟ ହେପାଟାଇଟିସ ଟିକା ପ୍ରଦାନ କରାଯାଉଛି l ସର୍ବୋପରି ସମସ୍ତେ ସଚେତନ ରହିଲେ ହେପାଟାଇଟିସକୁ ଆମେ ଦୂରେଇ ପାରିବା ବୋଲି ଆଲୋଚନl କରାଯାଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜର- ମମତା ଦାସ, ଶ୍ୟାମସୁନ୍ଦର ବରାଳ, ଜ୍ୟୋସ୍ନା ନାୟକ ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡ଼ା ଓ ଏ ଏନ ଏମ ଟ୍ରେନିଂ ସେଣ୍ଟରର ପ୍ରିନ୍ସିପାଲ ଭାରତୀ ସ୍ବାଇଁ, ଟ୍ୟୁଟୋର, ସମସ୍ତ ଛାତ୍ରୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ l ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ – ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ପୁରୁଣା ମେଡିକାଲ କ୍ୟାମ୍ପସରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ବିଶ୍ବ ହେପାଟାଇଟିସ ଉପରେ ରାଲି କରି ସ୍ଲୋଗାନ ଦେଇଥିଲେ l