ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼/ପଦ୍ମପୁର୨୯/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀ ୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

କେନ୍ଦ୍ରୀୟ ବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ।ତେଣୁ ଏହାର ସ୍ଥାପନା ହେଲେ ପଦ୍ମପୁର ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ଶିକ୍ଷା ବ୍ୟବସ୍ଥା ନିର୍ମାଣ ହୋଇପାରିବ । ଯାହାଦ୍ବାରା ସାଧାରଣ ଜନତା ଓ ଚାଷୀଙ୍କ ଶିଶୁମାନେ ଉପକୃତ ହେବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।ଏହାସହ ସରକାରୀ କର୍ମଚାରୀ ମାନେ ଏହାର ଲାଭ ଉଠାଇପାରିବେ।ଦୀର୍ଘ ଦିନର ଆକାଂକ୍ଷାକୁ ପୂରଣ କରିବାରେ ମନ୍ତ୍ରଣାଳୟର ସମର୍ଥନକୁ ଅପେକ୍ଷା କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ବରଗଡ଼ ସାଂସଦ।

ସୂଚନାଯୋଗ୍ୟ,ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଦୀର୍ଘ ଦିନରୁ ଅଂଚଳବାସୀ ଦାବି କରି ଆସୁଛନ୍ତି।ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଏନେଇ କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ସାଂସଦ ଭେଟିବା ପରେ ଖୁବ ଶୀଘ୍ର ମନ୍ତ୍ରଣାଳୟ ଏଦିଗରେ ଗ୍ରୀନ୍ ସିଗ୍ନାଲ ମିଳିବ ବୋଲି ଲୋକେ ଆଶା ରଖିଛନ୍ତି।

ସେୟାର କରନ୍ତୁ

Next Post

ତୁରନ୍ତ ଚାଉଳ ଉଠାଉ ଏଫସି ଆଇ:ସାଂସଦ ପ୍ରଦୀପ ପୁରୋହିତ....

Tue Jul 29 , 2025
ବରଗଡ୨୯/୦୭(ନବୀନ କୁମାର ଦାଶ):କେନ୍ଦ୍ର ସରକାର ଙ୍କ ନିକଟରେ ବରଗଡ଼ ସାଂସଦ ଙ୍କ ଦାବି।ଓଡ଼ିଶାରେ ଏଫସିଆଇ ଗୋଦାମରେ ବଢ଼ୁଥିବା ଷ୍ଟକକୁ ନଜରରେ ରଖି ଶୀଘ୍ର ଚାଉଳ ଉଠାଯାଉ।ଏନେଇ ସଂସଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ। ଏବେସୁଦ୍ଧା ଖରିଫ ଓ ରବି ଋଚ୍ଛୁରେ ୭୩.୫ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ଯାଇଛି।ଏହାଭିତରୁ ୪୯.୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରସ୍ତୁତ ହୋଇଛି।ରାଜ୍ୟର ବାର୍ଷିକ ଆବଶ୍ୟକତା ରହିଛି ମାତ୍ର ୨୬ […]

You May Like

Pin It on Pinterest