ତୁରନ୍ତ ଚାଉଳ ଉଠାଉ ଏଫସି ଆଇ:ସାଂସଦ ପ୍ରଦୀପ ପୁରୋହିତ….

ବରଗଡ୨୯/୦୭(ନବୀନ କୁମାର ଦାଶ):କେନ୍ଦ୍ର ସରକାର ଙ୍କ ନିକଟରେ ବରଗଡ଼ ସାଂସଦ ଙ୍କ ଦାବି।ଓଡ଼ିଶାରେ ଏଫସିଆଇ ଗୋଦାମରେ ବଢ଼ୁଥିବା ଷ୍ଟକକୁ ନଜରରେ ରଖି ଶୀଘ୍ର ଚାଉଳ ଉଠାଯାଉ।ଏନେଇ ସଂସଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ।

ଏବେସୁଦ୍ଧା ଖରିଫ ଓ ରବି ଋଚ୍ଛୁରେ ୭୩.୫ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ଯାଇଛି।ଏହାଭିତରୁ ୪୯.୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରସ୍ତୁତ ହୋଇଛି।ରାଜ୍ୟର ବାର୍ଷିକ ଆବଶ୍ୟକତା ରହିଛି ମାତ୍ର ୨୬ ଲକ୍ଷ ମେଟ୍ରିକ ଟନ୍।୨୩ ମେଟ୍ରିକ ଟନ୍ରୁ ଅଧିକ ଚାଉଳ ଏଫସିଆଇ ର ଗୋଦାମ ଗୁଡ଼ିକରେ ପଡ଼ି ରହିଛି।ଯାହାକୁ ଉଠାଇବା ବ୍ୟବସ୍ଥା ଧିମା ଗତିରେ ଚାଲିଛି।ଏଫସିଆଇକୁ ପ୍ରତିମାସରେ ୧.୭ ମେଟ୍ରିକ ଟନ୍ ଚାଉଳ ଉଠାଇ ବାର ଥିଲା।କିନ୍ତୁ ରେଳ ର୍ୟାକସ୍ ଏବଂ ପରିବହନ ସମସ୍ୟା ଯୋଗୁଁ ଯେତିକି ଉଠାଯାଉଛି ତାହା ବାସ୍ତବିକଠାରୁ ଢ଼େର କମ୍।ଏହା ଦ୍ୱାରା ଗୋଦାମ ଗୁଡିକରେ ଲମ୍ବା ସମୟ ଧରି ଚାଉଳ ପଡ଼ି ରହି ଥିବାରୁ ସେସବୁ ନଷ୍ଟ ହେବା ସ୍ଥିତିକୁ ଆସିଗଲାଣି ବୋଲି କହିଛନ୍ତି ବରଗଡ଼ ସାଂସଦ।

ଏହାଦ୍ୱାରା ଚାଷୀମାନେ ଗମ୍ଭୀର ଭାବେ ଆର୍ଥିକ କ୍ଷତି ସହୁଛନ୍ତି।ଏହାସହ ରାଷ୍ଟ୍ରୀୟ ସମ୍ପତ୍ତି ବରବାଦ ହେଉଛି।ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ,ଏଫସିଆଇ ଗୋଦାମ ରେ ଉପଲବ୍ଧ ଥିବା ଷ୍ଟକ୍ ବାବଦରେ ସଠିକ ସୂଚନା ଦିଆଯାଉ।ଶୀଘ୍ର ଚାଉଳ ଉଠାଇ ବାକୁ ପର୍ଯ୍ୟାପ୍ତ ରେଳ ଓ ପରି ବହନ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ।ନଷ୍ଟ ହେଉଥିବା ଚାଉଳକୁ ପ୍ରାଥମିକତା ଦେଇ ଉଠାଇ ବିତରଣ ପାଇଁ ପଠା ଯାଉ।ଏହାସହ ଅତିରିକ୍ତ ଏବଂ ଅସ୍ଥାୟୀ ଷ୍ଟୋରେଜ୍କୁ ତ୍ୱରୀତ ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ।

ସେୟାର କରନ୍ତୁ

Next Post

ଶିକ୍ଷକ ବଦଳି କୁ ନେଇ ସ୍କୁଲ ରେ ତାଲା ଧାରଣା ରେ ଛାତ୍ରଛାତ୍ରୀ ତୀବ୍ର ପ୍ରତିବାଦ ଶିକ୍ଷାଦାନ ବାଧାପ୍ରାପ୍ତ....

Wed Jul 30 , 2025
କଳହାଣ୍ଡି(ନି.ପ୍ର): କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ପ୍ରତିଷ୍ଠିତ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପରାରୋଡ ର ପ୍ରଧାନ ଶିକ୍ଷକ ରଞ୍ଜନ ତ୍ରିପାଠୀ ଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦ ରେ ଗତ ଶନିବାର ଠାରୁ ଚାରିଦିନ ଧରି ଖରା ବର୍ଷା ରେ କୋମଲମତି ଛାତ୍ରଛାତ୍ରୀ ଙ୍କ ଶହ ଗ୍ରାମବାସୀ ଓ ଅଭିଭାବକ ମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ ଶିକ୍ଷକ ଜଣକ ତିନିବର୍ଷ ହେବ ଏହି […]

You May Like

Pin It on Pinterest