ହାଇକୋର୍ଟ ଆଇନଜୀବୀ ସୌରଭ ଦାସ ଙ୍କ ଉଦ୍ୟମରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ

କଳାହାଣ୍ଡିର(ନି.ପ୍ର): ଗତ୧୦/୧୧/୨୦୨୪ ରିଖ ଦିନ ନର୍ଲା ଥାନା ଅନ୍ତର୍ଗତ ବଡଚିଚିଙ୍ଗ ଗ୍ରାମର ସ୍ୱର୍ଗତ ହେମରାଜ ବାଗ ୨୨ ବର୍ଷୀୟ ଯୁବକ ଙ୍କ ଚିପୂଲ୍ ନାଳ ନିକଟରେ ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ମୃତକ ଙ୍କ ବାପା ସଦାନନ୍ଦ ବାଗ ଙ୍କୁ ସହଯୋଗ ର ହାତ ବଢ଼ାଇଥିଲେ ନର୍ଲା ସହରର ଜନ୍ମିତ ଓଡ଼ିଶା ହାଇକୋର୍ଟ ରେ କାର୍ଯ୍ୟରତ ଯୁବ ତଥା ନବାଗତ ଆଇନଜୀବୀ ସୌରଭ ଦାସ (ସୋମ ଦାସ) ।

କେଶ ନମ୍ୱର୍ -୨୬୯/୨୪ ମାମଲା ଅନୁଯାୟୀ ମାନ୍ୟବର ଜିଲ୍ଲା ଦୌରା ଜର୍ଜ ଠାରେ MACT ପିଟିସନ ଦାଖଲ କରିଥିଲେ ଓ କ୍ଷତି ପୂରଣ ଦାବିରେ ଦୀର୍ଘ ସାତ ମାସ ପର୍ଯ୍ୟନ୍ତ ଲଢ଼ିଥିଲେ । ମାନ୍ୟବର ଜିଲ୍ଲା ଦୌରା ଜର୍ଜ ଙ୍କ ନିଷ୍ପତ୍ତି କ୍ରମେ ବାର ଲକ୍ଷ ପଚାଶ ହଜାର ଟଙ୍କା ଚେକ୍ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଜୁଲାଇ ୨୦୨୫ ରେ ଆଇନଜୀବି ଶ୍ରୀଯୁକ୍ତ ଦାସ ମୃତକ ପରିବାର ଗୁଣବତୀ ବାଗ ଓ ସଦାନନ୍ଦ ବାଗ ଙ୍କୁ ଇନ୍ ସୁରେନ୍ସ କମ୍ପାନୀ ପକ୍ଷରୁ ୧୨ ଲକ୍ଷ ୫୦,୦୦୦ ହଜାର ଟଙ୍କା ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ। ଅର୍ଥ ମିଳିବା ପରେ ପରିବାର ପକ୍ଷରୁ ଶ୍ରୀଯୁକ୍ତ ସୋମଦାସ ଙ୍କୁ ସାଧୁବାଦ ଜଣାଇଥିଲେ।

ସେୟାର କରନ୍ତୁ

Next Post

ବରଗଡ଼ରେ ହେଉ କୃଷି ବିଶ୍ୱବିଦ୍ୟାଳୟ: ପ୍ରଦୀପ ପୁରୋହିତ...

Fri Aug 1 , 2025
ବରଗଡ୩୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲାରେ ସ୍ଥାପନ ହେଉ କୃଷି ବିଶ୍ୱବିଦ୍ୟାଳୟ।ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂ ଚୌହାନ ଙ୍କୁ ବରଗଡ଼ ସାଂସଦ ଅନୁରୋଧ କରିଛନ୍ତି।ଏହି ପ୍ରସ୍ତାବ ଉପରେ ଗମ୍ଭୀରତା ସହ ବିଚାର କରିବାକୁ କହିଛନ୍ତି ପ୍ରଦୀପ ପୁରୋହିତ। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆବଶ୍ୟକ ସର୍ବେକ୍ଷଣ ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି ବରଗଡ଼ରେ ଏକ ସ୍ୱତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନା ପାଇଁ ଆବଶ୍ୟକ […]

You May Like

Pin It on Pinterest