ବରଗଡ଼ରେ ହେଉ କୃଷି ବିଶ୍ୱବିଦ୍ୟାଳୟ: ପ୍ରଦୀପ ପୁରୋହିତ…

ବରଗଡ୩୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲାରେ ସ୍ଥାପନ ହେଉ କୃଷି ବିଶ୍ୱବିଦ୍ୟାଳୟ।ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂ ଚୌହାନ ଙ୍କୁ ବରଗଡ଼ ସାଂସଦ ଅନୁରୋଧ କରିଛନ୍ତି।ଏହି ପ୍ରସ୍ତାବ ଉପରେ ଗମ୍ଭୀରତା ସହ ବିଚାର କରିବାକୁ କହିଛନ୍ତି ପ୍ରଦୀପ ପୁରୋହିତ।

ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆବଶ୍ୟକ ସର୍ବେକ୍ଷଣ ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି ବରଗଡ଼ରେ ଏକ ସ୍ୱତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।ସାଂସଦ କହିଛନ୍ତି,ବରଗଡ଼ ଜିଲ୍ଲା କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଧାନ ଉତ୍ପାଦନ ପରମ୍ପରା ପାଇଁ ବେଶ ଜଣାଶୁଣା।ରାଜ୍ୟର ଭାତ ହାଣ୍ଡି ବୋଲି ସାରା ଦେଶରେ ଖ୍ୟାତି ରହିଛି।ଏହି ଜିଲ୍ଲାର ପ୍ରାୟ ୯୦ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି।ବରଗଡ଼ ର ଅର୍ଥବ୍ୟବସ୍ଥା କୃଷି ଆଧାରିତ ।

ଏହି କ୍ଷେତ୍ର ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପାଇଁ ମଧ୍ୟ ଧାନଚାଷ ପ୍ରମୁଖ ଉତ୍ପାଦନ।ବରଗଡ଼ ଜିଲ୍ଲାରେ ହୀରାକୁଦ ଜଳସେଚନ ଯୋଜନା ମାଧ୍ୟମରେ ବ୍ୟାପକ ଜଳସେଚନ ସୁବିଧା ରହିଛି।ଯାହାଦ୍ୱାରା ଧାନ ଉତ୍ପାଦନ ପାଇଁ ନିରନ୍ତର ପ୍ରୋତ୍ସା ହନ ମିଳିଥାଏ।ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥାଏ।ଯେଉଁ ଥିରୁ ୧.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ଦ୍ୱାରା ଫସଲ ହୋଇଥାଏ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।ଏହାଛଡ଼ା କୃଷକଙ୍କ ପରିଶ୍ରମ ଓ ଆବଶ୍ୟକ ଜଳବ୍ୟବସ୍ଥାର ଉପଲବ୍ଧି ପାଇଁ ଏହି ଅଂଚଳକୁ ଓଡ଼ିଶାର ସର୍ବା ଧିକ ଧାନ ଉତ୍ପାଦନ ଜିଲ୍ଲା ଭାବେ ପରିଗଣିତ ହେଉଛି।

ଗତ କିଛି ବର୍ଷର ପରିସଂଖ୍ୟାନ ଦେଖିଲେ ବରଗଡ଼ ଜିଲ୍ଲାରେ ପ୍ରତିବର୍ଷ ୧୦ରୁ ୧୨ ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି ।୨୦୨୩-୨୪ ବର୍ଷରେ ୧୨.୫ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପା ଦନ ହୋଇଥିଲା।ଏଥିରୁ ଦର୍ଶାଉଛି ଯେ,ଜିଲ୍ଲାରେ କୃଷିର ଅପାର ସମ୍ଭାବନା ରହିଛି।କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ଏବଂ ଆଧୁନିକ ଜ୍ଞାନକୌଶଳ ଆଭବରୁ ଚାଷୀମାନେ ଏବେ ପାରମ୍ପରିକ ପଦ୍ଧତି ଉପରେ ନିର୍ଭର କରୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବରଗଡ଼ ସାଂସଦ।ଏସବୁକୁ ଦଅଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ଏକ ଆଧୁନିକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା କରା ଯାଉ ବୋଲି ସେ ଅନୁରୋଧ କରିଛନ୍ତି।ଯାହାଦ୍ୱାରା ଜିଲ୍ଲାର ଚାଷୀଙ୍କୁ ପ୍ରଶିକ୍ଷଣ,କୃଷି କ୍ଷେତ୍ର ରେ ଗୁଣବତ୍ତା ସୁଧାର ଦିଗରେ ଲାଭ ମିଳିପାରିବ।ଏହି ବିଶ୍ୱ ବଦ୍ୟାଳୟ ମାଧ୍ୟମରେ କୃଷି, ଜୈବିକ ଚାଷ,ବାଡ଼ି ବଗିଚା, ପାଣି ବ୍ୟବସ୍ଥା,ମଂଜି କୌଶଳ, ପଶୁପାଳନ କ୍ଷେତ୍ରରେ ସ୍ଥାନୀୟ ଯୁବକ ଓ ଚାଷୀଙ୍କୁ ଶିକ୍ଷା ଓ ମାର୍ଗଦର୍ଶନ ମିଳିପାରିବ।ବରଗଡ଼ର ଭୌଗଳିକ ସ୍ଥିତି ଦେଖିଲେ କେବଳ ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳ ନୁହେଁ ବରଂ ଛତିଶଗଡ଼ ସୀମାକୁ ଏହି ଜିଲ୍ଲା ଲାଗିଛି।

ଏହି ବିଶ୍ୱବିଦ୍ୟାଳୟ ଦୁଇ ରାଜ୍ୟର ଚାଷୀଙ୍କୁ ଲାଭ ପହଁଚାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜସିଂ ଚୌହାନଙ୍କୁ କହିଛନ୍ତିି ବରଗଡ଼ ସାଂସଦ।

ସେୟାର କରନ୍ତୁ

Next Post

ବିପର୍ଯ୍ୟସ୍ତ ଶିକ୍ଷା ଭିତ୍ତିଭୂମି କୁ ନେଇ ଆମ୍ ଆଦମୀ ପାର୍ଟି ର ଉଦବେଗ...

Fri Aug 1 , 2025
ବରଗଡ଼୦୧/୦୮(ନବୀନ କୁମାର ଦାଶ):ଦେଶରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରାଯାଇଛି।ପାର୍ଟି ସାଙ୍ଗଠନିକ ବୈଠକ ରେ ଏହି ବିଷୟରେ ଆଲୋଚନା କରାଯାଇଛି। ଗତ କିଛି ଦିନ ପୂର୍ଵ ରୁ ରାଜସ୍ଥାନ ର ଝଲାୱର ରେ ଗୋଟିଏ ସ୍କୁଲରେ ଛାତ ଭୁଶୁଡି ପଡିବାରୁ ୮ ଜଣ ଛାତ୍ର ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଦେଶରେ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି କୁ ନେଇ ପ୍ରଶ୍ନ […]

You May Like

Pin It on Pinterest