ଅଗଷ୍ଟ ୩୧ ରେ ହେବ ନୂଆଁଖାଇ ଭେଟଘାଟ….

ବରଗଡ଼ ୦୧/୦୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ସତ୍ୟ ପଣ୍ଡା ଙ୍କ ଆବାହକତ୍ବରେ ଓ ଲଳିତ ବିଶୀ ଙ୍କ ସଂଯୋଜନାରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି।

ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ନୂଆଁଖାଇ ଭେଟ ଘାଟ ପାଇଁ ସମସ୍ତଙ୍କ ପ୍ରସ୍ତାବ କୁ ଗୃହୀତ କରାଯାଇଥିଲା।ଆସନ୍ତା ଅଗଷ୍ଟ ୨୮ ତାରିଖ ଋଷି ପଞ୍ଚମୀ -ଗୁରୁବାର ଦିନ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପର୍ବ ପାଳନ କରାଯାଉଥିବା ବେଳେ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବେଚ ର ନୂଆଖାଇ ଭେଟଘାଟ କାର୍ଯ୍ୟ କ୍ରମ ୩୧ ଅଗଷ୍ଟ ରେ ପାଳନ କରାଯିବ ବୋଲି ସଦସ୍ୟ ମାନେ ମତପ୍ରକାଶ କରିଥିଲେ।

ଶ୍ରୀ ଗୋବିନ୍ଦ ଦାଶ ଙ୍କ ଏହି ଭେଟ୍‌ ଘାଟ୍ କାର୍ଯ୍ୟକ୍ରମ କୁ ଆଡମ୍ବର ସହ ବରିଷ୍ଠ ନାଗରିକ ସଂଘ ପ୍ରାଙ୍ଗଣରେ ପାଳନ କରିବାପାଇଁ ପ୍ରସ୍ତାବକୁ ସମସ୍ତେ ସ୍ଵାଗତ କରିଥିଲେ।ଏହି ଅବସରରେ ଚଳିତ ମାସରେ ଅଭୟ କୁମାର ଭୋଇ,କୁଞ୍ଜ ବିହାରୀ ଗୁପ୍ତା ଓ ଅଶୋକ ପଣ୍ଡାଙ୍କ ଜନ୍ମ ଦିବସ ପଡ଼ିଥିବାରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆଜିର ଏହି ବୈଠକରେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା,ତୁଳସୀ ଚରଣ ଦାଶ, ସୁଧାଂଶୁ ଶତପଥୀ,ପ୍ରସନ୍ନ ସାମଲ୍,ବାସୁଦେବ ପ୍ରଧାନ, ଅଶୋକ ପ୍ରଧାନ,ବାଳ ମୁକୁନ୍ଦ ଦାଶ,ଗୋପାଳ ଦାଶ,କୁନୁ ବଢେଇ,ରାଜେନ୍ଦ୍ର ଲାଠ,ପୃଥ୍ବୀ ରାଜ ନାଏକ,ସୁରେନ୍ଦ୍ର କୁମାର ଦାଶ,ବନୱାରି ଲାଲ କଟାରୁକା, ଗଣେଶ ରେଖାନୀ,ଅଶୋକ ଅଗ୍ରୱାଲ,ଶତୃଘ୍ନ ଦାଶ,ସ୍ବାଧୀନ ମହାରଣା,ଅଶୋକ କୁଅଁର ଆଦି ଯୋଗ ଦେଇ ନିଜ ନିଜ ମତାମତ ପ୍ରତି ପାଦନ କରିଥିଲେ।ଶେଷରେ କହ୍ନେୟାଲାଲ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ସମ୍ବଲପୁରୀ ଦିନ ଅବସର ରେ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ....

Fri Aug 1 , 2025
ବରଗଡ଼୦୧/୦୮(ନବୀନ କୁମାର ଦାଶ):ଗ୍ରୀଷ୍ମ ପ୍ରବାହ ଯାଇ ବର୍ତ୍ତମାନ ବର୍ଷା ମାସ ଆସିଲା ସତ କିନ୍ତୁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ଅଭାବ ରହିଛି।ଏହି ରକ୍ତା ଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ତରଫ ରୁ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କର ଜନ୍ମ ଦିନ ସ୍ମୃତି ତଥା ସମ୍ବଲପୁରୀ ଦିନ ଅବସର ରେ ବରଗଡ଼ ରକ୍ତ ଭଣ୍ଡାର […]

You May Like

Pin It on Pinterest