
କେନ୍ଦ୍ରାପଡ଼ା(ରାଜେଶ ମହାନ୍ତି)୦୨/୦୭:ଏଣିକି ଆଉ କାଗଜ ଫାଇଲ ଦେଖିବାକୁ ମିଳିବ ନାହିଁ ଡିଜିଟାଲ ମୋଡରେ କାର୍ଯ୍ୟ କରିବ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ।ବ୍ଲକ ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଡିଜିଟାଲ ବ୍ୟବସ୍ଥା ଲାଗୁ ହୋଇଛି।ଏହାକୁ ଓସ୍ଵାସ( ଓଡିଶା ଷ୍ଟେଟ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ) କୁହାଯାଏ।
ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଏଣିକି “ଓସ୍ୱାସ” ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ଦ୍ୱାରା ସରକାରୀ କାର୍ଯ୍ୟ ତ୍ବରା଼ନ୍ବିତ ହେବ ଏବଂ ସାଧାରଣ ଜନତା ଏଥିରୁ ଉପକୃତ ହେବା ସହିତ ପ୍ରଶାସନିକ ସ୍ୱଚ୍ଛତା ଏହା ପ୍ରତିପାଦିତ ହେବ ବୋଲି କୁହାଯାଇଛି ।ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଓକାକ ର ଡମେନ ଆଡ଼ଭାଇଜର ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।



