ନିଆରା ରାକ୍ଷୀର ସମ୍ଭାର…

ବରଗଡ଼(ନବୀନ କୁମାର ଦାଶ):ନିଆରା ରାକ୍ଷୀର ସମ୍ଭାର, ଏକ ପଦକ୍ଷେପ ଯାହାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ କିପରି ଭାବରେ ପ୍ରୋତ୍ସାହନ ଦେଇ ସେମାନଙ୍କ ହାତତିଅରି ରାକ୍ଷୀ ର ଉଚିତ ମୂଲ୍ୟ ପ୍ରାପ୍ତି ନିମନ୍ତେ ସୁଯୋଗ ଯୋଗାଇଦେବା।

ଚଳିତ ବର୍ଷ ନିଆରା ରାକ୍ଷୀର ସମ୍ଭାର ସେଲ୍ଫି ପଏଣ୍ଟ,ଏସ ପି ଅଫିସ ପାଖ ବରଗଡ଼ରେ ତା:୦୨ ଅଗଷ୍ଟ ୨୦୨୫ ରୁ ଆରମ୍ଭ ହୋଇ ତା:୦୯ ଅଗଷ୍ଟ ୨୦୨୫ ରିଖ ପର୍ଯନ୍ତ ଖୋଲାଯିବ।ଏଠାରେ ବିଭିନ୍ନ କିସମର ଯଥା ହସ୍ତତନ୍ତ, ଟେରାକୋଟା,ପଟ୍ଟଚିତ୍ର,ବାଉଁଶ ରାକ୍ଷୀ ଆଦି ପ୍ରଦର୍ଶିତ ହୋଇଥିଲା Iବିଭିନ୍ନ ରାକ୍ଷୀର ଦାମ ୧୦ ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ପାରମ୍ପରିକ ରୀତିରେ ଲଲାଟ କୁମାର ଲୁହା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ,ଜ଼ିଲ୍ଲା ପରିଷଦ, ବରଗଡ଼ ଉଦଘାଟନ କରିଥିଲେ ଏବଂ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ।ଓରମାସ ର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ଦାଶ ଚଳିତ ବର୍ଷ ଭଲ ବିକ୍ରି ହବ ବୋଲି ଆଶା ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଓରମାସ ର କର୍ମକର୍ତା ସଂଜୀବ କୁମାର ବସନ୍ତର ଏବଂ ଶର୍ବାଣୀ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେଶ ଚନ୍ଦ୍ର ଦାଶ ଉପସ୍ଥିତ ରହି ମହିଳା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା ସମ୍ମେଳନ

Sun Aug 3 , 2025
ବରଗଡ଼୦୨/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସାଇ ମନ୍ଦିର ପରିସରରେ ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସନନ୍ଵୟ ସମିତି,ବରଗଡ଼ ପକ୍ଷରୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଓଷ୍ଠା ଉପ ସଭାପତି ରୁଦ୍ରଦେବ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରୀ ସଭାପତି,ଓଷ୍ଟା ନୀଳମଣି ପୁରୋହିତ,ରାଜ୍ୟ ସହ ସମ୍ପାଦକ, ଆଶୁତୋଷ ପ୍ରସାଦ ରଥ,ଜିଲ୍ଲା ସମ୍ପାଦକ ସଞ୍ଜୟ […]

You May Like

Pin It on Pinterest