ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା ସମ୍ମେଳନ

ବରଗଡ଼୦୨/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସାଇ ମନ୍ଦିର ପରିସରରେ ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସନନ୍ଵୟ ସମିତି,ବରଗଡ଼ ପକ୍ଷରୁ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି।

ଜିଲ୍ଲା ଓଷ୍ଠା ଉପ ସଭାପତି ରୁଦ୍ରଦେବ ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରୀ ସଭାପତି,ଓଷ୍ଟା ନୀଳମଣି ପୁରୋହିତ,ରାଜ୍ୟ ସହ ସମ୍ପାଦକ, ଆଶୁତୋଷ ପ୍ରସାଦ ରଥ,ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାନନ୍ଦ ବିଶି,ଜିଲ୍ଲା ଉପ ସଭା ପତି ସଚିଦା ନନ୍ଦ ପ୍ରଧାନ,ରାଜ୍ୟ ସମ୍ପାଦିକା ତଥା ଜିଲ୍ଲା ପ୍ରଭାରୀ ରଞ୍ଜିତା ମିଶ୍ର,ଜିଲ୍ଲା ଉପ ସଭାପତି ଅନୁସୂୟା ଦେବତା, ୬୬୨ ବର୍ଗ କଲେଜ ର ସଭାପତି ଶାନ୍ତନୁ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ।ଏହି ସମ୍ମେଳନ ରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟା ଳୟ ଓ କଲେଜ ଗୁଡ଼ିକୁ ସରକାରୀ କରଣ,ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ତଥା ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ପୁରଣ ଦାବୀ କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ସମନ୍ୱୟ ସମିତି ର ଆନ୍ଦୋଳନ ର ରୂପ ରେଖ ପ୍ରସ୍ତୁତ କରାଯାଇଥିଲା।ଏହି ଆନ୍ଦୋଳନ କୁ ସଫଳ କରିବା ପାଇଁ ତୃଣ ମୂଳ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆ ଯିବ,ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଏହି ଆନ୍ଦୋଳନ କୁ ସଫଳତାର ଶୀର୍ଷରେ ପହଞ୍ଚାlଇବା ପାଇଁ ଉପସ୍ଥିତ ସମସ୍ତ ସଂଗ୍ରାମୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମାନଙ୍କର ସୁଚିନ୍ତିତ ମତାମତ ଗ୍ରହଣ କରାଯାଇଥିଲା।ଏହା ସହ ଶିକ୍ଷାକର୍ମଚାରୀ ମାନେ ସମବେତ ହୋଇ ସରକାରଙ୍କ ନିକଟରେ ଦାବୀ ଜଣାଇବା ସହିତ ନିଜର ହକ୍ ପାଇଁ ସମବେତ ହେବେ । ଏହି ଆନ୍ଦୋଳନ ଶିକ୍ଷକ ମାନଙ୍କ ର ବୃଭି ଗତ ଦାବୀ ପୂରଣ ପାଇଁ ନୁହେଁ, ସାମଗ୍ରିକ ଭାବରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମାନଙ୍କର ଆତ୍ମ ମର୍ଯ୍ୟାଦା ଓ ସ୍ଵାଭିମାନ ରକ୍ଷା ସହିତ ବିଦ୍ୟାଳୟର ସ୍ଥାୟିତ୍ଵ ପାଇଁ ଉଦ୍ଦିଷ୍ଟ।ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଙ୍କର ସ୍ୱାର୍ଥରକ୍ଷା ସହିତ ସେ ମାନଙ୍କ ଭିତରେ ଥ‌ିବା ବାଛ ବିଚାରକୁ ହଟାଇବା ପାଇଁ ଏ ଅନ୍ଦୋଳନ ବୋଲି ସମନ୍ୱୟ ସମିତି ପ୍ରକାଶ କରିଛି।ସରକାର ଙ୍କର ଏକବର୍ଷ ପୁରଣ ହୋଇ ଥିଲେ ବି ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ଦିଗରେ ନିରବତା ଓ ଦାବୀ ପୂରଣ ଦିଗରେ କୌଣସି ଠୋସ୍ ପଦକ୍ଷେପ ନନେବା ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କୁ ଆନ୍ଦୋଳନ ମାର୍ଗକୁ ଟାଣି ନେବାକୁ ବାଧ୍ଯ କରୁଛି,ଏହି ଆନ୍ଦୋଳନ କେବଳ ଦରମା ବଢ଼ାଇବା ପାଇଁ ନୁହେଁ,ବରଂ ଶିକ୍ଷାୟତନ ଓ ଶିକ୍ଷାବ୍ୟବସ୍ଥାର ପରିବର୍ତ୍ତନ ତ‌ଥା ଶିକ୍ଷକମାନଙ୍କର ସମସ୍ୟା ସମାଧାନ ସହିତ ଦୀର୍ଘଦିନ ଧରି ଅନୁଦାନ ପାଇ ନଥୁବା ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ,ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କୁ ପେନସନ୍ ପ୍ରଦାନ,ଖାଲି ପଡ଼ିଥିବା ପଦବୀ ପୁରଣ,ବିଭିନ୍ନ ଗ୍ରେଡ଼ ପେ ରେ ଥୁବା ଅସଙ୍ଗତି ଦୂରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ବରିଷ୍ଠତା ପ୍ରଦାନ,ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ,ପ୍ରତ୍ୟେକ ବର୍ଗର ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସୁବିଧାସୁଯୋଗ ଯୋଗାଇ ଦେବା ଏବଂ ଅବସର ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି ଇତ୍ୟାଦି ନ୍ୟାଯ୍ୟ ଦାବୀରେ ଏ ଆନ୍ଦୋଳନ କରାଯିବ ବୋଲି ଜଣା ପଡିଛି।

୨୪ ବର୍ଷ ଧରି ଶାସନ କରିଥିବା ବିଗତ ସରକାର କୌଣସି ଗୋଟିଏ ବିଦ୍ୟାଳୟ କିମ୍ବା ମହା ବିଦ୍ୟାଳୟ କୁ ସରକାରୀ କରି ନଥିଲେ।ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ମଧ୍ୟରେ ଥିବା ଅସଙ୍ଗତି କୁ ମଧ୍ଯ ଦୂରୀ କରଣ କରି ନ ଥିଲେ।କିନ୍ତୁ ବିଡ଼ମ୍ବନାର ବିଷୟ ୧୯୯୪ ମସିହାରେ ପ୍ରଚଳିତ ଥିବା ଅନୁଦାନ ଆଇନ୍‌କୁ ବାତିଲ କରି ୨୦୦୪ ମସିହାରୁ ସ୍କୁଲମାନଙ୍କ ରେ ଏବଂ ୨୦୦୮ ଓ ୨୦୦୯ରେ କଲେଜ ଗୁଡ଼ିକରେ ଏକ ବ୍ଲକ୍‌ ଗ୍ରାଣ୍ଟ ବ୍ୟବସ୍ଥାକୁ ଲାଗୁ କରି ଥିଲେ | ଯାହା ଶିକ୍ଷକ ମାନଙ୍କ ପାଇଁ ଅଭିଶାପ ସଦୃଶ ହୋଇ ରହିଛି।ଓଷ୍ଟା ସଂଘ ର କର୍ମ କର୍ତ୍ତା ମାନେ ସରକାରଙ୍କ ସହିତ ବାରମ୍ବ ର ସାକ୍ଷାତ ଆଲୋଚନା ରେ ସରକାର ପ୍ରତି ଥର ଦାବି ମାନିନେବା ପାଇଁ ପ୍ରତିଶୃତି ପ୍ରଦାନ କରି ଥାଆନ୍ତି।କିନ୍ତୁ ତାହା କାର୍ଯ୍ୟକାରୀ କରିବା ର ସମୟ ତାଙ୍କ ପାଇଁ କେବେ ଆସି ନଥାଏ । ଯାହା ଜଣାଯାଉଛି ପ୍ରତିନିଧ ମୂଳକ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇ ପୂର୍ବବତ୍ ପ୍ରଶାସନ ମୂଳକ ଶାସନ ବ୍ୟବସ୍ଥା ପ୍ରଚଳିତ ହେବାରେ ଲାଗିଛି।ଏପରି ସଂକଟମୟ ସ୍ଥିତିରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଦିଗହରା ହେଉଛନ୍ତି।ଏହି ଦିଗହରା ଶିକ୍ଷକମାନଙ୍କୁ ଏକାଠି କରି ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ଶିକ୍ଷକ,ଶିକ୍ଷାୟତ ନ,ଶିକ୍ଷାର୍ଥୀ ଓ ଶିକ୍ଷାର ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ସଂଗ୍ରାମୀ ପ୍ରଚେଷ୍ଟା କରି ଆସୁଛି।ତେଣୁ ସେମାନେ ଆନ୍ଦୋଳନ କୁ ନିଜର ହତିଆର କରି ହକ ପାଇଁ ସରକାର ଙ୍କ ବିପକ୍ଷରେ ସର୍ତ୍ତ ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିଛନ୍ତି।

ଏହି ସମ୍ମେଳନ ରେ ବରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ ର ଓଷ୍ଟା ସମ୍ପାଦକ ,ସଭାପତି, କର୍ମକର୍ତ୍ତା ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ଯୁଗ୍ମ ସମ୍ପାଦକ, ଓଷ୍ଟା ଯାଦବ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରି ଥିଲେ।

ସେୟାର କରନ୍ତୁ

Next Post

ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ଦିନିକିଆ ବରଗଡ଼ ଗସ୍ତ....

Sun Aug 3 , 2025
ବରଗଡ଼୦୩/୦୮(ନବୀନ କୁମାର ଦାଶ):ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରା ୟଣ ନାୟକ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ନିଜ ବିଭାଗର ସମୁଦାୟ ୫୦ କୋଟି ୨୫ ଲକ୍ଷ ଟଙ୍କାର ୧୦୭୮ ଗୋଟି ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭ ଲୋକାର୍ପଣ କରିଛନ୍ତି। ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମୀକ୍ଷା […]

You May Like

Pin It on Pinterest