ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର…

ବରଗଡ଼୦୪/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛିଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ମହନ୍ତ ଏବଂ ବ୍ଲକ ଅଧ୍ୟକ୍ଷ।

ସୁପ୍ରଭା ମହାଲିଙ୍ଗ ଉପସ୍ଥିତ ରହି ଲୋକଙ୍କ ଅଭି ଯୋଗ ଶୁଣିଥିଲେ।ସୂଚନା ଯୋଗ୍ୟ କି,ଉକ୍ତ ଶିବିରରେ ଜଳ ସେଚନ,ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ,କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୩୨ ଗୋଟି ଅଭିଯୋଗ ମଧ୍ୟରୁ ୨୧ ଗୋଟି ବ୍ୟକ୍ତିଗତ,୧୧ ଗୋଟି ସାମୁହିକ ସାମୁହିକ ଅଭିଯୋଗ ଓ ସେଥି ମଧ୍ୟରୁ ୧ ଗୋଟି ଅଭିଯୋଗ ର ତତକ୍ଷଣାତ ଶୁଣାଣି କରି ଅନ୍ୟ ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେୟାର କରନ୍ତୁ

Next Post

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର....

Tue Aug 5 , 2025
କେନ୍ଦ୍ରାପଡ଼ା(ନି.ପ୍ର):ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି।କେନ୍ଦ୍ରାପଡ଼ା ମୁନ୍ସିପାଲଟି ଟାଉନ ହଲ ଠାରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ମୋଟ ୧୭୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥି ମଧ୍ୟରୁ ଟି ୧୫୫ ବ୍ୟକ୍ତିଗତ ଏବଂ ୨୦ଟି ସାମୂହିକ ଅଭିଯୋଗ । ରେଡ଼କ୍ରସରୁ ଜଣଙ୍କୁ ୩ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ ଜଣଙ୍କୁ ୭୦ ହଜାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ […]

You May Like

Breaking News

Pin It on Pinterest