
ବରଗଡ଼/ପଦ୍ମପୁର୦୫/୦୮(ନବୀନ କୁମାର ଦାଶ):ଅଦା,ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି।ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପ ସ୍ଥାପନ କରିଛନ୍ତି ବରଗଡ଼ ସାଂସଦ।
ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟକ୍ରମରେ ଆସୁଥିବା ସହାୟତା ରାଶି ବୃଦ୍ଧି କରାଯାଉ।ଓଡ଼ିଶାରେ ମସଲା ବିକାଶ କାର୍ଯ୍ୟକ୍ରମରେ ଅଦା ଓ ହଳଦୀ ଏବଂ ପାମ୍ ତେଲ କ୍ଷେତ୍ରରେ ବିସ୍ତାର କାର୍ଯ୍ୟକ୍ରମ ଉଭୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯୋଜନା।ଏହା କୃଷକଙ୍କ ଆମ ଦାନୀ ବଢାଇବା ସହ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ନିର୍ଣ୍ଣାୟକ ସହାୟକ ହୋଇପାରିବ ବୋଲି କହିଛନନ୍ତି ପ୍ରଦୀପ ପୁରୋହିତ।ଏହି ଦୁଇ କ୍ଷେତ୍ରରେ ଦିଆଯାଉଥିବା ସହାୟତା ରାଶିକୁ ଯଥାଶୀଘ୍ର ବୃଦ୍ଧି କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ପ୍ରଦୀପ ପୁରୋହିତ।
ଯାହାଦ୍ୱାରା ଅଧିକରୁ ଅଧିକ ଚାଷୀ କେନ୍ଦ୍ରୀୟ ଯୋଜନାରେ ଯୋଡ଼ି ହେବା ସହ ଏହାର ଲାଭ ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ ପୁରୋହିତ।ଓଡ଼ିଶାରେ ଲକ୍ଷାଧିକ ଚାଷୀଙ୍କ ହିତ ନେଇ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଦୀପ ପୁରୋହିତ।ସେ କହିଛନ୍ତି ରାଜ୍ୟ ରେ ଅଦା, ହଳଦୀ ଭଳି ମସଲା ଏବଂ ପାମ୍ ତେଲ ଏକ ବ୍ୟବସା ୟୀକ ଫସଲ ମଧ୍ୟରେ ବେଶ ଗୁରୁତ୍ୱ ବହନ କରୁଛି।କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଆର୍ଥିକ ସହାୟତା ବର୍ତ୍ତମାନ ସମୟରେ ଆବଶ୍ୟକ ତା ଠାର ଢେର୍ କମ ବୋଲି ସେ କହିଛନ୍ତି।ଓଡ଼ିଶାର ୩୦ ଜିଲ୍ଲାର ମସଲାର ଉତ୍ପାଦନ,ବିଶେଷକରି ଅଦା ଏବଂ ହଳଦୀର ଉତ୍ପାଦନ ବହୁଳ ପରିମାଣରେ କରା ଯାଉଛି।ବର୍ତ୍ତମାନ ଏନଏଚ ଏମ୍ ଜରିଆରେ ଅଦା ଓ ହଳଦୀ ଚାଷ ପାଇଁ ହେକ୍ଟର ପିଛା ୧ ଲକ୍ଷ ନିର୍ଦ୍ଧାରିତ କରାଯାଇଛି।ଯାହା ମଧ୍ୟରୁ ଚାଷୀଙ୍କୁ କେବଳ ୪୦ ହଜାର ଟଙ୍କା ସବସିଡି ପ୍ରଦାନ କରାଯାଉଛି।କିନ୍ତୁ ଜମିକୁ ଜଳସେଚନ,ମଂଜି,ସାର, କୀଟନାଶକ,ପାଣି ସୁବିଧା, ଶ୍ରମିକ,ଭଣ୍ଡାରଘର ଏବଂ ପରିବହନରେ ବଢ଼ୁଥିବା ଖର୍ଚ୍ଚ ବାସ୍ତବ ଠାରୁ ଢେର ଅଧିକ।
ଏକ ହେକ୍ଟରରେ ପ୍ରାୟ ଅଢ଼େଇ ଲକ୍ଷ ର ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଭଳିସ୍ଥଳେ ୪୦ ହଜାର ଟଙ୍କା ସବିସିଡି ଚାଷୀଙ୍କ ପାଇଁ ବହୁ ନଗଣ୍ୟ ବୋଲି ମନେ ହେଉଥିବା କହିଛନ୍ତି ବରଗଡ଼ ସାଂସଦ।ତେଣୁ ଏହି ଯୋଜନାରେ ଆସୁ ଥିବା ସହାୟତା ରାଶିକୁ ତିନି ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରି ହେକ୍ଟର ପିଛା ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଦିଆଯାଉ ବୋଲି ସାଂସଦ ଅନୁରୋଧ କରିଛନ୍ତି।ଏହାଦ୍ୱାରା ଚାଷୀଙ୍କ ମନୋବଳ ବଢ଼ିବା ସହ ମସଲା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଗତିଶୀଳ ହୋଇପାରିବ।ସେହି ଭଳି ପାମ୍ ତେଲ ଚାଷ ପାଇଁ ରାଜ୍ୟରେ ଚାଷୀଙ୍କୁ କେନ୍ଦ୍ରୀୟ ଯୋଜନାରେ ପ୍ରୋତ୍ସାହନ ଦିଆ ଯାଉଛି।ହେଲେ ଚାଷୀଙ୍କୁ ସହା ୟତା ରାଶି ବହୁତ କମ ମିଳୁଛି। ପାମ୍ ତେଲ କ୍ଷେତ୍ରରେ ଗଛ ଲଗାଇବା ଠାରୁ ଆରମ୍ଭ କରି ଫଳ ହେବା ପର୍ଯ୍ୟନ୍ତ ଗୋଟିଏ ଲମ୍ବା ସମୟ ଲାଗିଥାଏ।ଏହି ପାମ୍ ତେଲ ମିସନକୁ ସଫଳ କରିବାକୁ ହେଲେ ସ୍ୱଦେଶୀ ଚାରା କ୍ଷେତ୍ରରେ ୨୦ ହଜାରରୁ ୨୭ ହଜାର ଓ ଆଧୁନିକ ଚାରା ପାଇଁ ୨୯ ହଜାରରୁ ୩୯ ହଜାରକୁ ବୃଦ୍ଧି କରାଯାଉ ବୋଲି ସେ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରି ଛନ୍ତି।ଏ ଦିଗରେ କେନ୍ଦ୍ର ସରକାର ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେବେ ବୋଲି ପ୍ରଦୀପ ପୁରୋହିତ ଆଶା ରଖିଛନ୍ତି।