ବିଶାଖାପାଟନାମ ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ: ୧୦ ମୃତ ୫୦୦୦ ଅସୁସ୍ଥ

ବାସ୍ତବ ବ୍ୟୁରୋ-ଆଜି ବିଶାଖପାଟଣା ନିକଟସ୍ଥ ଗୋପାଳପଟ୍ଟନମଠାରେ ଥିବା ଏଲଜି ପଲିମର୍ସ କାରଖାନାରେ ହୋଇଥିବା ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ବଲ୍ବ ଖରାପ ହୋଇଯାଇଥିବାରୁ ଗ୍ୟାସ ନିର୍ଗତ ହୋଇ ଏହି ଦୁର୍ଘଟଣା ଘଟିଲା ।

ଏହି ଗ୍ୟାସ ଲିକ୍ ଘଟଣା ନିୟନ୍ତ୍ରଣକୁ ଆସିଛି ବୋଲି ଆନ୍ଧ୍ରପ୍ରଦେଶ ଡିଜିପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଉ ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉନାହିଁ । ଗ୍ୟାସ ଲିକ୍ ଘଟଣାରେ ଶିଶୁ ସମେତ ୧୦ଜଣଙ୍କ ମୃତ୍ୟୁ ସହ ୫ହଜାର ଅସୁସ୍ଥ ହୋଇଛନ୍ତି । ଏହାସହ ଆଖପାଖ ୨୦ଟି ଗ୍ରାମର ଲୋକ ଅସୁସ୍ଥ ହୋଇଛନ୍ତିି । ଲୋକେ ଶୋଇଥିବା ସମୟରେ ବିଷାକ୍ତ ଷ୍ଟାଇଲିନ୍ ଗ୍ୟାସ ଲିକ୍ ହୋଇଥିଲା । ଗ୍ୟାସ ଲିକ୍ ଫଳରେ ଆଖି ପୋଡ଼ିବା ସହ ନିଶ୍ୱାସ ନେବାରେ ଲୋକଙ୍କ ଅସୁବିଧା ହୋଇଥିଲା ।

ଷ୍ଟିରେନ ଗ୍ୟାସ ସିନ୍ଥେଟିକ ରବର, ରେଜିନ, ପଲିମର ଆଦି ପ୍ରସ୍ତୁତି ଲାଗି ବ୍ୟବହାର କରାଯାଇଥାଏ । ମଣିଷ ଏହା ସଂସ୍ପର୍ଶରେ ଆସିଲେ ନିଶ୍ୱାସ ନେବା କଷ୍ଟକର ହୋଇପଡେ, ଆଖି ଓ ଛାତି ଜଣାପୋଡ଼ା କରେ, ଆଖିରୁ ଲୁହ ବାହାରିବା ପରି ସମସ୍ୟା ଦେଖାଦେଇଥାଏ । ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜାଣିବାକୁ ମିିଳିଛି ଯେ ପ୍ଲାଣ୍ଟରେ ଆବଶ୍ୟକ ସଂଖ୍ୟକ ମେଣ୍ଟେନାନ୍ସ କର୍ମଚାରୀ ନଥିଲେ । ପ୍ଲାଣ୍ଟର କୁଲିଂ ସିଷ୍ଟମ ମଧ୍ୟ ଠିକ ଭାବେ କାମ କରୁନଥିଲା । ଏହି ଘଟଣା ଘଟିବା ପରେ ଘଟଣାସ୍ଥଳକୁ ଯାଇଥିବା କେତେକ ପୁଲିସ କର୍ମଚାରୀ ମଧ୍ୟ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଜଗତ ମୋହନ ରେଡ୍ଡୀ ଘଟଣା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri May 8 , 2020
୧-ବିଶାଖାପାଟଣା:ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍,୧୧ମୃତ, ହଜାରରୁ ଉର୍ଦ୍ଧ୍ଵ ଅସୁସ୍ଥ। ୨-ଚଉଦ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ। ୩-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ। ୪-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍‌ ସିଗନାଲ୍‌। ଆଜି ସକାଳ ୮ଟାରୁ ରଥ ନିର୍ମାଣ […]

You May Like

Pin It on Pinterest