
ବରଗଡ଼୦୬/୦୮(ନବୀନ କୁମାର ଦାଶ):ବୋର୍ଡ଼ ଅଫ ସେକେଣ୍ଡାରୀ,ଓଡ଼ିଶା (BSE, Odisha )ଙ୍କ ଅପାରଗତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଗତ ତା:୨୦.୦୭.୨୦୨୫ ରବିବାର ଦିନ ହେବାକୁ ଥିବା ସ୍ବତନ୍ତ୍ର ଶିକ୍ଷକ ଚୟନ ପରୀକ୍ଷା ବା OSTET ପ୍ରଶ୍ନପତ୍ର ଶନିବାର ମଧ୍ୟ ରାତ୍ରରେ ପଦାରେ ପ୍ରଘଟ ହୋଇଥିଲା ଏବଂ ପରୀକ୍ଷା କୁ ରାତାରାତି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇ ଥିଲା।ଆସନ୍ତା ରବିବାର ରେ ହେବାକୁ ଥିବା ପରୀକ୍ଷା ପାଇଁ ଅସନ୍ତୋଷ ର ଦାନା ବାନ୍ଧୁଛି।
ମାତ୍ର ଉକ୍ତ ପରୀକ୍ଷା କୁ ପୁନର୍ବାର ଆସନ୍ତା ତା ୩୧.୦୮. ୨୦୨୫ ରବିବାର ଦିନ କରିବାକୁ ସ୍ଥିରିକୃତ କରାଯାଇଥିବାରୁ ଏବଂ ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଁଖାଇକୁ ଦୃଷ୍ଟି ରେ ରଖି ପଶ୍ଚିମ ଓଡିଶାର ପରୀକ୍ଷାର୍ଥୀ ତଥା ଜନସାଧାରଣଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଆସନ୍ତା ତା ୨୮.୦୮.୨୦୨୫ ରେ ପଶ୍ଚିମ ଓଡିଶାର ଗଣପର୍ବ ନବାନ୍ନ ଭକ୍ଷଣ ବା ନୂଆଁଖାଇ ପାଇଁ ତାରିଖ ନିର୍ଦ୍ଧାରିତ ହୋଇଛି ଏବଂ ଗତବର୍ଷ ପରି ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ୨୮ ତାରିଖ ପଅରଦିନ ୨୯ ତାରିଖ କୁ ଛୁଟି ଘୋଷଣା କରିବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ ଯେ ପରୀକ୍ଷାର୍ଥୀ ମାନେ ଗୃହଠାରୁ ଦୂରଦୂରାନ୍ତରେ ରହି ନିଜର କାର୍ଯ୍ୟଭାର ତୁଲାଇ ଥାନ୍ତି।ନୂଆଁଖାଇ ଉପଲକ୍ଷେ ଅଗଷ୍ଟ ୩୦ ଏବଂ ୩୧ ତାରିଖ ଦିନ ମଧ୍ୟ ଗାଡିମଟର ଚଳାଚଳ କରିବାରେ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହିଛି।ପରୀକ୍ଷାର୍ଥୀ ମାନେ ମଧ୍ୟ ନିଜର କର୍ମକ୍ଷେତ୍ର ଏବଂ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବାରେ ବିଶେଷ ଅସୁବିଧା ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ପଶ୍ଚିମ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଏବଂ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ଅନ୍ତତଃ ଏକ ସପ୍ତାହ ଉକ୍ତ ପରୀକ୍ଷା କୁ ଘୁଞ୍ଚାଇ ଦେବାପାଇଁ ଜିଲ୍ଲା ବରିଷ୍ଠ ନାଗରିକ ସଭାପତି ପ୍ରମୋଦ ଝାଙ୍କର,ସଂପାଦକ ଗୋବିନ୍ଦ ଦାଶ,ସଂଗଠନ ସଂପାଦକ କେଦାର ମିଶ୍ର ତଥା କୋଶଳ ସେନା ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କୁ ଦାବି ଜଣାଇଛନ୍ତି ।
ଏହା ସହିତ ପରୀକ୍ଷାର୍ଥୀ ମାନେ ବିନୀତ ଅନୁରୋଧ କରିଛନ୍ତି ଯେ ଅନ୍ତତଃ ସାତଦିନ ପାଇଁ ପରୀକ୍ଷା କୁ ଘୁଞ୍ଚାଇ ଦେଲେ ଆମେ ପଶ୍ଚିମ ଓଡିଶାବାସୀ ବିଶେଷ ଉପକୃତ ହେବୁ।



