ଫାଇଲେରିଆ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ…

ବରଗଡ଼୦୭/୦୮(ନବୀନ କୁମାର ଦାଶ):ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ବରଗଡ଼ଙ୍କ କାର୍ଯ୍ୟାଳୟ ଠାରେ ଫାଇଲେରିଆ ନିରାକରଣ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀକୃଷ୍ଣ ବଲ୍ଲଭ ମହାନ୍ତି,ବିଭାଗୀୟ କର୍ମଚାରୀ ଆଲୋକ କୁମାର ପଟେଲ ତଥା ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ ଫାଇଲେରିଆ ରୋଗର ଲକ୍ଷଣ ଏବଂ ଏହାର ନିରାକରଣ ପଦ୍ଧତିର ସବିଶେଷ ବିବରଣୀ ପଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ମହନ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହାର ବିପୁଳ ପ୍ରସାର ପ୍ରଚାର ନିମନ୍ତେ ଅନୁ ରୋଧ କରିଥିଲେ।ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ୨ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଯୋଗ୍ୟ ବ୍ୟକ୍ତି ଏହି ଔଷଧ (ଡି.ଇ.ସି., ଆଲବେଣ୍ଡାଜଲ ଏବଂ ଆଇଭର ମେକଟିନ)ବଟିକାର ଗୋଟିଏ ମାତ୍ରା,ଏହି ରୋଗର ଲକ୍ଷଣ ଥାଉ ବା ନ‌ ଥାଉ ନିଶ୍ଚିତ ସେବନ କରିବେ।ଗର୍ଭବତୀ ମହିଳା ଏବଂ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ ନାହିଁ।ଏହି ଔଷଧ ସମ୍ପୂର୍ଣ ନିରାପଦ ଅଟେ ଓ କିଛି ଖାଦ୍ୟ ଖାଇ ସାରିଲା ପରେ ଖାଇବା ଉଚିତ।

କେବଳ ଆଲଭରମେ କଟିନ ବଟିକା ୬ ବର୍ଷ ରୁ କମ ବୟଷର ବ୍ୟକ୍ତି, ପ୍ରସବର ସାତ ଦିନ ପର୍ଯ୍ୟନ୍ତର ମହିଳା ଏବଂ ତିନି ଫୁଟ ରୁ କମ ଉଚ୍ଚତା ଥିବା ବ୍ୟକ୍ତିଙ୍କୁ ଖାଇବାକୁ ଦିଆଯିବ ନାହିଁ।ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ରୋଗର ନିରାକରଣ ପାଇଁ ଆମ ଜିଲ୍ଲାରେ ଚଳିତ ଅଗଷ୍ଟ ମାସ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ କେବଳ ବରପାଲି ଓ ବିଜେପୁର ଗ୍ରାମାଞ୍ଚଳ ଅଞ୍ଚଳ କୁ ବାଦ ଦେଇ ଅନ୍ୟ ସମସ୍ତ ଅଞ୍ଚଳ ଗୁଡିକରେ ଏକକାଳୀନ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମ ଅଧୀନରେ ଏହି ରୋଗର ଔଷଧ ଅଞ୍ଚଳର ତାଲିମପ୍ରାପ୍ତ ଆଶା କର୍ମୀ,ଅଙ୍ଗନବାଡି କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘର କୁ ଘର ଯାଇ ସେମାନଙ୍କ ସାମ୍ନା ରେ ସମସ୍ତ ଯୋଗ୍ୟ ବ୍ୟକ୍ତି ଙ୍କୁ ବୟଷ ଓ ଉଚ୍ଚତା ଆଧାରରେ ଖାଇବାକୁ ଦେବେ।

ଘର କୁ ଘର ବ୍ୟତୀତ ଏହି ଔଷଧ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ସରକାରୀ ଚିକତ୍ସାଳୟ ଗୁଡିକ ରେ ସେବନ ପାଇଁ ଦିଆଯିବ।ସେ ନିଜ ବକ୍ତବ୍ୟ ଶେଷରେ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ଆସନ୍ତା ୧୦ ରୁ ୧୯ ତାରିଖ ମଧ୍ୟରେ ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳ ଗୁଡିକରେ ସମସ୍ତ ଯୋଗ୍ୟ ବ୍ୟକ୍ତି ଙ୍କୁ ଦିଆଯିବାକୁଥିବା ଏହି ଔଷଧ ର ଗୋଟିଏ ମାତ୍ରାକୁ ପ୍ରତ୍ୟାକ୍ଷାନ ନ କରି ସମସ୍ତେ ନିଶ୍ଚିତ ଭାବେ ଔଷଧ ପ୍ରଦାନକାରୀଙ୍କ ସାମ୍ନା ରେ ହିଁ ଖାଇବେ ଯାହା ଦ୍ଵାରା କି ଫାଇଲେରିଆ(ବାତ ଜର) କୁ ଆମ ସମାଜରୁ ଦୁରେଇ ପରିବା ଏବଂ ବର୍ତ୍ତମାନ ତଥା ଆମ ଭବିଷ୍ୟତ ପିଢୀ କୁ ସୁସ୍ଥ ଏବଂ ଏକ ଫାଇଲେରିଆ ମୁକ୍ତ ଜୀବନ ବଞ୍ଚିବାର ସୁଯୋଗ ଦେଇପାରିବା ।ସଭା ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ବରଗଡ଼ର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା: ପ୍ରଦୀପ ପୁରୋହିତ...

Thu Aug 7 , 2025
ବରଗଡ଼୦୭/୦୮(ନବୀନ କୁମାର ଦାଶ):ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳ ରେ ମିଳୁନି ବିଏସଏନଏଲ ସୁବିଧା।ଏନେଇ କେନ୍ଦ୍ର ଯୋଗା ଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି ଏବଂ ବିଏସଏନଏଲ ନେଟୱର୍କର ଅପଗ୍ରେଡେସନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ବରଗଡ଼ ସାଂସଦ ପ୍ରପଦୀପ ପୁରୋହିତ।ବିଶେଷକରି ବରଗଡ଼ ଓ […]

You May Like

Pin It on Pinterest