
ବରଗଡ଼୧୦)୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ସରଣ୍ଡା ଛକ ପୂର୍ବରୁ ରହିଥିବା ରାଜରାସ୍ତା ର ବସ୍ ଷ୍ଟାଣ୍ଡ ନିକଟରେ ଚଳନ୍ତା ଆଲୁମିନା ବୋଝେଇ ବେଦାନ୍ତ ଟ୍ରକ୍ ହୁ ହୁ ହୋଇ ଜଳି ଉଠିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ସାଗର ସେଠ୍ ଓ ଯିବା ଆସିବା ଲୋକେ।
ଟ୍ରକ୍ ନଂ ଓଡ଼ି ୧୫ଭି ୧୭୨୦ ଟି ବିଶାଖାପାଟଣା ରୁ ବରଗଡ଼ ଅତାବିରା ଦେଇ ଖାରସୁଗୁଡା ଅଭିମୁଖେ ଯାଉଥିବାବେଳେ ସରଣ୍ଡା ଛକରୁ ୧୦୦ମିଟର ପୂର୍ବରୁ ଚାଳକ ର ପାଖରେ ଥିବା ଇଞ୍ଜିନ ରୁ ସାମାନ୍ୟ ନିଆଁ ସହ ଧୁଆଁ ବାହାରିବା ଫଳରେ ଛକ ରେ ଅଟକି ରହି ସଜାଡ଼ିବା ଉଦ୍ୟମ ସମୟରେ ହଠାତ୍ ନିଆଁ ଜଳିବା ସହ ଡିଜେଲ ଟାଙ୍କି ଫାଟି ସଂପୂର୍ଣ୍ଣ ଟ୍ରକ୍ ର ମୁଣ୍ଡ ଟି ଜଳି ଉଠିଥିଲା।
ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଷ୍ଟେସନ ଅଧିକାରୀ ମିଶ୍ର କିଶନ,ଏଲ ଏଫ୍ ଏଫ୍ ରାଜେନ୍ଦ୍ର ଏକ୍କା,ଏଫ୍ ଏଫ୍ ପୁରୁଷୋତ୍ତମ ସାହୁ,ବିକି ବେହେରା,ରମେଶ ପ୍ରଧାନ, ସୌମ୍ୟ ରଂଜନ ସାହୁ ପହଞ୍ଚି ଜଳୁଥିବା ଟ୍ରକ୍ ନିଆଁକୁ ଆୟତ୍ତ କରିଥିଲେ।ଏନେଇ ଘଟଣା ସ୍ଥଳକୁ ଅତାବିରା ପୋଲିସ ଖବର ପାଇ ପ୍ରାରମ୍ଭିକ ତଦନ୍ତ ସହ ଅଧିକ ରୁ ଅଧିକ ତଦନ୍ତ କରୁଥିବା ଜଣାପଡିଛି।



