
ବରଗଡ଼୧୧/୮(ନବୀନକୁମାରଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ଗ୍ରାମରୁ ସୋମବାର ସକାଳେ ଏକ ଲୋମ ଟାଙ୍କୁରା ଖବର ଆସିଛି। ବାଲେଶ୍ୱର,କେନ୍ଦ୍ରାପଡ଼ା,ବଳଙ୍ଗାରେ ଘଟିଯାଇଥିବା ଦୁଃଖଦ ଘଟଣାପରି, ଜଣେ ୧୩ ବର୍ଷୀୟା ନାବାଳିକା ଘରଠାରୁ ଅନତିଦୂରରେ ରହିଥିବା ଖେଳପଡ଼ିଆ ମଝିରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଇସିଲେଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସୁଚନାନୁଯାୟୀ, ନାବାଳିକା ଜଣକ ନିଜ ମାମୁ ଘରେ ରହୁଥିବା ବେଳେ ତାଙ୍କ ବାପା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ସ୍ଥାନିୟଲୋକେ କୁହନ୍ତି।



