ରାଜ୍ୟ ସରକାରଙ୍କ ବଡ଼ ଯୋଜନା,ବଢ଼ିବ ପଞ୍ଚାୟତ ସଂଖ୍ୟା,କମିବ ପରିସୀମା

ଭୁବନେଶ୍ବର(ନି.ପ୍ର):ପରାମର୍ଶ ଦେଲେ ରାଜ୍ୟପାଳ,ସହମତି ଜଣାଇଲେ ସରକାର ।୨୦୨୬ରେ ପଞ୍ଚାୟତର ହେବ ପୁନର୍ଗଠନ । ଲୋକଙ୍କୁ ସହଜରେ ମିଳିବ ସରକାରୀ ସୁବିଧା । ତୃଣମୂଳସ୍ତରରେ ପହଞ୍ଚିବ ସରକାରୀ ଯୋଜନା । ପଞ୍ଚାୟତସ୍ତରରେ ଜଣିଏ ବି ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେବେନି ।

ଏହି ଲକ୍ଷ୍ୟକୁ ପୂରା କରିବାକୁ ପଞ୍ଚାୟତ ସଂଖ୍ୟା ବୃଦ୍ଧି ଫର୍ମୁଲା ଦେଇଥିଲେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି । ରାଜ୍ୟପାଳଙ୍କ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ସମ୍ମତି ଜଣାଇଛନ୍ତି । ୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସନ୍ତା ୨୦୨୬ରେ ପଞ୍ଚାୟତ ପୁନର୍ଗଠନ ହେବ । ରାଜ୍ୟପାଳଙ୍କ ସହ ବୈଠକ ପରେ ଏନେଇ ସବୁଜ ସଂକେତ ଦେଇଛନ୍ତି ସରକାର ।

କେବଳ ପଞ୍ଚାୟତ ନୁହେଁ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ।ଏବେ ଓଡ଼ିଶାରେ ୬୮୦୧ଟି ଗ୍ରାମ ପଞ୍ଚାୟତ ରହିଛି। ଆଗକୁ ପଞ୍ଚାୟତ ପୁନର୍ଗଠନ ପରେ ରାଜ୍ୟରେ କେତେ ସଂଖ୍ୟକ ନୂଆ ପଞ୍ଚାୟତ ସୃଷ୍ଟି ହେବ? ତାହା ଉପରେ ନଜର ରହିବ ।

ସେୟାର କରନ୍ତୁ

Next Post

ମହାସମାରୋହରେ ପାଳିତ ହେଲା ବରଗଡ଼ ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧିନତା ଦିବସ...

Fri Aug 15 , 2025
ବରଗଡ଼୧୫/୦୮(ନବୀନ କୁମାର ଦାଶ):ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆ ଠାରେ ୭୯ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବା ଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମେତ […]

You May Like

Pin It on Pinterest